ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଲେମ୍ବୁ ପାଣି ସେବନ ଶରୀର ପାଇଁ ଖୁବ୍ ଲାଭକାରୀ । ଏଥିରୁ ଆଣ୍ଟିବାୟୋଟିକ ତତ୍ୱ ମିଳିଥାଏ, ଯାହା ଶରୀରରୁ ବିଷାକ୍ତ ତତ୍ୱ ବାହାରକୁ ବାହାର କରିଦିଏ । ଏହାସହିତ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହିତ ସତେଜ ଅନୁଭବ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଲେମ୍ବୁ ପାଣିର ଫାଇଦା ବିଷୟରେ..
ନିୟମିତ ସକାଳୁ ଉଠି ଗୋଟେ ଗ୍ଲାସ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରୁ ସମସ୍ତ ବିଷାକ୍ତ ତତ୍ୱ ବାହାରକୁ ବାହାରି ଯାଇଥାଏ । ସେହିପରି ଲେମ୍ବୁ ପାଣି ପିଇବା ଦ୍ୱାରା ଡାଇଜେଷ୍ଟିଭ ସିଷ୍ଟମ ବହୁତ ଭଲ ରହିଥାଏ । ଏହା ଶରୀରରେ ପାଚକ ରସ କରିବାରେ ଲାଭକାରୀ ହୋଇଥାଏ । ଲେମ୍ବୁ ପାଣିରେ ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଅଧିକ ମାତ୍ରାରେ ରହିଥାଏ । ଏହାକୁ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଥିବା ଦାଗ ଦୂର ହୋଇଥାଏ ଏବଂ ତ୍ୱଚାରେ ଚମକ ଆସିଥାଏ ।
ଆଂଠୁ ଗଣ୍ଠି ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ ଲେମ୍ବୁ ପାଣି ବ୍ୟବହାର କରିବା ଫାଇଦା ହୋଇଥାଏ । ସେହିପରି ଲେମ୍ବୁ ପାଣି ଦ୍ୱାରା ପାଟିର ଦୁର୍ଗନ୍ଧ ଦୂର ହୋଇଥାଏ । ଶରୀରର ପିଏଚ ମାତ୍ରାକୁ ନିୟମନ୍ତ୍ରଣ ରଖିବାରେ ଲାଭକାରୀ ହୋଇଥାଏ ଲେମ୍ବୁ ପାଣି । ଲେମ୍ବୁ ପାଣିରେ ଭରପୁର ମାତ୍ରାରେ ଭିଟାମିନ୍ ସି ଏବଂ ପୋଟାସିୟମ ରହିଛି । ଯାହାଦ୍ୱାରା ଇମ୍ୟୁନ ସିଷ୍ଟମ ବୁଷ୍ଟ ହୋଇଥାଏ ।