ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଫଳମାନଙ୍କ ଭିତରେ ରାଜା ହେଉଛି ଆମ୍ବ । କେବଳ ସ୍ୱାଦ ପାଇଁ ଆମ୍ବକୁ ରାଜା ବୋଲି କୁହାଯାଏ ନାହିଁ । ବରଂ ଆମ୍ବର ଅନେକ ଫାଇଦା ଏବଂ ଚିକିତ୍ସକୀୟ ଗୁଣ ରହିଛି ଯେଉଁଥି ପାଇଁ ଆମ୍ବ ସେବନ କରିବା ପାଇଁ ଲୋକେ ପସନ୍ଦ କରିଥାନ୍ତି । ଆମ୍ବରେ ଆଣ୍ଟିଅକ୍ସିଡେଣ୍ଟ, ଭିଟାମିନ୍ ଏବଂ ମିନେରାଲ ପର୍ଯ୍ୟାପ୍ତ ମାତ୍ରାରେ ରହିଛି । ଯାହା ତ୍ୱଚା ପାଇଁ ଉପଯୋଗୀ । ଏହାବ୍ୟତିତ ଆମ୍ବରେ ଫାଇବର ଅଧିକ ଆଉ କ୍ୟାଲୋରି୍ଜ ଏବଂ ସୋଡିୟମ କମ ମାତ୍ରାରେ ରହିଥାଏ । ସେହିପରି ଆମ୍ବରେ ଭିଟାମିନ୍ ଏ, ବି ଏବଂ ସି ବ୍ୟତିତ ପୋଟାସିୟମ, କ୍ୟାସିୟମ ଏବଂ ଆୟରନ ମଧ୍ୟ ଭରପୁର ମାତ୍ରାର ରହିଛି ।
– ଆମ୍ବରେ ଥିବା ବିଟା କାରୋଟିନ୍ ଭିଟାମିନ୍ ଏ ରେ ପରିଣତ ହୁଏ, ଯାହା ବ୍ରଣ ସମସ୍ୟା ଉପରେ ପ୍ରଭାବ ପକାଇଥାଏ । ବ୍ରଣକୁ ଭଲ କରିବାରେ ସାହାଯ୍ୟ କରେ ।
– ଆଣ୍ଟି ଏଜିଙ୍ଗ ଜନିତ ସମସ୍ୟା ଦୂର କରିବାରେ ବିଟା କାରୋଟିନ୍ ସହାୟକ ହୋଇଥାଏ । ଆମ୍ବରେ ଥିବା ଭିଟାମିନ୍ ସି କୋଲାଜେନ୍ ହ୍ରାସ କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ କଳା ଦାଗ ଏବଂ ପିଗମେଣ୍ଟେସନ୍ ସମସ୍ୟାକୁ ହ୍ରାସ କରିବାରେ ମଧ୍ୟ ପ୍ରଭାବଶାଳୀ ଆମ୍ବ ।
– ୩. ଆମ୍ବ ରସରେ ଗ୍ଲିସେରିନ୍ କିମ୍ବା ମହୁ ସହିତ ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା ମୃତ ଚର୍ମ ବାହାରିଯାଏ । ଏହା ଆପଣଙ୍କୁ ସୁନ୍ଦର ଏବଂ ଚମକଦାର ଚର୍ମ ଦେଇଥାଏ ।
–
– ୪. ଆମ୍ବ ରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ଥିବା ହେତୁ ସ୍ତନ କର୍କଟ, ପ୍ରୋଷ୍ଟେଟ କର୍କଟ, କୋଲୋନ୍ କର୍କଟ ଏବଂ ରକ୍ତ କର୍କଟକୁ ରୋକିବା ପାଇଁ ଜଣାଶୁଣା ।