ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ରୋଗୀଙ୍କ ସ୍ଥିତି ଭିନ୍ନ ଭିନ୍ନ ହୋଇଥାଏ । ସବୁ ନିୟମ ସମସ୍ତ ଉପରେ ଲାଗୁ ହୋଇ ପାରିନଥାଏ । ସେଥିପାଇଁ ଡାକ୍ତରଙ୍କୁ ପରାମର୍ଶ କ୍ରମେ ଫଳ ରୋଗୀମାନେ ଫଳ ଖାଇବା ଉଚିତ୍ । ଆଜି ଆମେ ଆପଣଙ୍କ କିଛି ଏଭଳି ଫଳ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ସେବନ କରିପାରିବେ ।
କମଳାରେ ପୋଟାସିୟମ ଏବଂ ଫୋଲେଟ ରହିଛି, ଯାହା ରକ୍ତ ଚାପକୁ ନିୟନ୍ତ୍ରଣ କରିବାର କାମ କରିଥାଏ । ଏହି ଫାଇଦର ମୌସମୀ ସେବନ ଦ୍ୱାରା ବି ହୋଇଥାଏ । କିନ୍ତୁ ଆପଣ ଧ୍ୟାନ ରଖି ଥିବେ ଏକା ସଙ୍ଗରେ ଅଧିକ ମାତ୍ରାରେ ଫଳ ସେବନ କରିବା ଉଚିତ୍ ନୁହେଁ ।
ସେହିପରି କ୍ୱିବିରୁ ଭିଟାମିନ୍ ସି ମିଳିଥାଏ । ଏଥିରେ ସୁଗାର ମାତ୍ରା ବହୁତ କମ୍ ଥାଏ । ସେଥିପାଇଁ ସୁଗାର ରୋଗୀ ଏହି ଫଳ ଖାଇ ପାରିବେ । ଏହାସହିତ ବ୍ଲାକବେରୀକୁ ବି ସୁଗାର ରୋଗୀ ସେବନ କରି ପାରିବେ । ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ ।
ଅନ୍ୟପଟେ ସୁଗାର ରୋଗୀଙ୍କ ପାଇଁ ପିଚ୍ ଏବଂ ପମ୍ ଫଳ ବି ଉପଯୋଗୀ ହୋଇଥାଏ । ଏହି ଫଳ ଫାଇବରରେ ଭରପୁର ହୋଇଥାଏ । ଏହାବ୍ୟତିତ ସୁଗାର ରୋଗୀ ଆଭୋକାଡୋ ସେବନ କରି ପାରିବେ ।