ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଖୀର ଏବଂ ଗୁଡ କୁ ଏକାସଙ୍ଗରେ ସେବନ କରିବା ଦ୍ୱାରା ଶରୀର ପ୍ରତ୍ୟେକ ଅଙ୍ଗକୁ ଶକ୍ତି ପ୍ରଦାନ ହୋଇଥାଏ । ଏହାସହିତ ଏହାଦ୍ୱାରା ଆପଣଙ୍କ ଶରୀର ସଂକ୍ରମଣରୁ ମଧ୍ୟ ରକ୍ଷା ହୋଇଥାଏ । ଗୁଡରେ ପ୍ରାକୃତିକ ମିଠା ଥାଏ । ଯାହା ଆପଣଙ୍କ ଶରୀରକୁ କ୍ଷତି ନ ପହଁଚାଇବ ସହ ରିଫାଇଣ୍ଡ ସୁଗାରକୁ ଦୂର କରିଥାଏ । ଖୀର ଏବଂ ଗୁଡରେ ପ୍ରୋଟିନ୍, କ୍ୟାଲଶିୟମ, ଲ୍ୟାକ୍ଟିକ୍ ଏସିଡ୍, ଆୟରନ୍ ଏବଂ ମିନେରାଲ୍ସ ମହଜୁଦ ଥାଏ । ଯାହା ଦ୍ୱାରା ଶରୀରକୁ ଖୁବ୍ ଫାଇଦା ମିଳିଥାଏ । ଏହାସହିତ ଶରୀର ମଜବୁତ ହୋଇଥାଏ ।
ଖୀର ଏବଂ ଗୁଡରେ ଆଣ୍ଟି-ଷ୍ଟ୍ରେସ୍ ଏଜେଣ୍ଟ ଥାଏ । ଏହା ଚିନ୍ତାଗ୍ରସ୍ତକୁ କମାଇବାରେ ସହାୟକ ହୋଇଥାଏ । ଏହାସହିତ ମାଂସପେଶୀକୁ ଆରାମ ମିଳିବା ସହ ଭଲ ନିଦ ହୋଇଥାଏ । ସେହିପରି ଏଥିରେ ପ୍ରୋଟିନ୍, କ୍ୟାଲସିୟମ,ଏବଂ ଲ୍ୟାକ୍ଟିକ୍ ଏସିଡ୍ ଥାଏ ଯାହା ଡାଇଜେଷ୍ଟିଭ୍ ସିଷ୍ଟମକୁ ବୁଷ୍ଟ କରିଥାଏ ଏବଂ ପାଚନ ଶକ୍ତି ମଜବୁତ ହୋଇଥାଏ । ସବୁଠୁ ମୁଖ୍ୟ କଥା ହେଲା ଗୁଡ ଏବଂ ଖୀରକୁ ଏକାସଙ୍ଗରେ ସେବନ କରିବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଖୀର ଏବଂ ଗୁଡ ରେ ଆୟରନ ଅଧିକ ମାତ୍ରାରେ ଥାଏ । ଯାହା ଆପଣଙ୍କ ଶରୀରରେ ହିମୋଗ୍ଲୋବିନର ମାତ୍ରାକୁ ବଢାଇ ଥାଏ । ଏହାସହିତ ଏନିମିୟା ସମସ୍ୟା ହେବାରୁ ରକ୍ଷା କରିଥାଏ । ଖାସ୍ କରି ଗୁଡ ଏବଂ ଖୀରରେ ଡିଟକ୍ସିଫାଇଙ୍ଗ ଏଜେଣ୍ଟ ଥାଏ । ଯାହା ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରିଥାଏ ।