ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣ ଖାଦ୍ୟ ପ୍ରସ୍ତୁତ କଲା ବେଳେ ଲୁଣ ବ୍ୟବହାର କରାଯାଇଥାଏ । କାରଣ ବିନା ଲୁଣରେ ଖାଦ୍ୟ ସ୍ୱାଦିଷ୍ଟ ଲାଗେ ନାହିଁ । ଏହାସହିତ ଶରୀରକୁ ସୁସ୍ଥ କରିବା ପାଇଁ ମିନେରାଲ୍ସ ଜରୁରୀ ଅଟେ । ଇତି ମଧ୍ୟରେ ଲୁଣ ଖୁବ୍ ଉପଯୋଗୀ ହୋଇଥାଏ । ଯଦି ଆପଣ ପ୍ରତ୍ୟେକ ଦିନ ସକାଳୁ ଲୁଣ ପାଣି ପିଇବେ ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ । ଏଥିରୁ ଅନେକ ପୌଷ୍ଟିକ ତତ୍ୱ ମିଳିଥାଏ, ଯାହାଦ୍ୱାରା ଆପଣମାନେ ଅନେକ ରୋଗରୁ ରକ୍ଷା ପାଇ ପାରିବେ ।
– ସେପଟେ ତ୍ୱଚାରେ ଚମକ ଆଣିବା ପାଇଁ ଲୁଣ ପାଣି ଫାଇଦା ହୋଇଥାଏ । ଏହି ଲୁଣ ପାଣି ପିଇବା ଦ୍ୱାରା ଚର୍ମ ସମ୍ବନ୍ଧୀୟ ସମସ୍ୟା ଯେପରିକି ନାଲି ବ୍ରଣ, ଦାଗ ଆଦିରୁ ଛୁଟ୍ କାରା ପାଇ ପାରିବେ ।
– ଏହାସହିତ ଲୁଣ ପାଣି ପିଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇ ଯିବ । ଏହି ପାଣିରେ ଅନେକ ଉପକାରୀ ଗୁଣ ଥାଏ, ଯାହା ପାଚନକ୍ରିୟାକୁ ମଜବୁତ କରେ ।
– ଲୁଣ ପାଣି ପିଇବା ଦ୍ୱାରା ଶରୀରରେ ଥିବା ଜୀବାଣୁ ରୁ ରକ୍ଷା ମିଳିଥାଏ ।
– ଏହି ପାଣି ଦ୍ୱାରା ଶରୀରକୁ ଭରପୁର ମାତ୍ରାରେ କ୍ୟାଲସିୟମ ମିଳିଥାଏ ଏବଂ ହାଡ ମଜବୁତ୍ ହୋଇଥାଏ ।
– ଏହାବ୍ୟତିତ ଲୁଣ ପାଣି ଦ୍ୱାରା ଲିଭର ସହ ଜଡିତ ସମସ୍ୟାରୁ ରକ୍ଷା ମିଳିପାରେ, କାରଣ ଏହାକୁ ପିଇବା ଦ୍ୱାରା ଶରୀରରୁ ବିଷାକ୍ତ ବାହାରକୁ ବାହାରି ଯାଇଥାଏ ।