ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ପୂର୍ବ କ୍ରିକେଟ ଖେଳାଳି ଗୌତମ ଗମ୍ଭୀରଙ୍କ ମତରେ ବିରାଟ କୋହଲି ଜଣେ ଚତୁର କ୍ୟାପଟେନ୍ ନୁହଁନ୍ତି । ତାଙ୍କ ଅନୁଯାୟୀ ଏମଏସ ଧୋନି ଏବଂ ରୋହିତ ଶର୍ମା ହେଉଛନ୍ତି ଚତୁର କ୍ୟାପଟେନ୍ । ସେଥିପାଇଁ ଏହି ଦୁଇ କ୍ୟାପ୍ଟେନଙ୍କ ତୁଳନା ବିରାଟଙ୍କ ସହ କରାଯାଇ ପାରିବ ନାହିଁ । ସବୁଠୁ ବଡ କଥା ହେଉଛି ଧୋନୀ ଏବଂ ରୋହିତ ଶର୍ମାଙ୍କ କ୍ୟାପ୍ଟେନସିପ୍ ସମୟରେ ଚେନ୍ନାଇ ସୁପର କିଙ୍ଗ ଏବଂ ମୁମ୍ବାଇ ଇଣ୍ଡିଆନ୍ କ୍ରମଶଃ ତିନିଥର ଆଇପିଏଲ ଟାଇଟଲ ଜିତିଛି ।
ସେହିପରି ଗୌତମ ଗମ୍ଭୀରଙ୍କ କ୍ୟାପ୍ଟେସିପ୍ ବେଳେ ୨୦୧୨ ରେ କୋଲକତା ନାଇଟ୍ ରାଇଡର୍ସ ବି ଦୁଇଥର ଆଇପିଏଲ ଟାଇଟଲ ହାତେଇଛି । ଏନେଇ ଗମ୍ଭୀର କହିଛନ୍ତି କି କୋହଲି ବହୁତ ଭାଗ୍ୟଶାଳୀ, କାରଣ ଗତ ୮ ବର୍ଷ ମଧ୍ୟରେ ଦଳକୁ ଗୋଟେ ବି ଟାଇଟଲ ନଜିତାଇ ବି ସେ ରୟାଲ ଚ୍ୟାଲେଞ୍ଜର ବ୍ୟାଙ୍ଗଲୋର ସହିତ ଅଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି କି , ‘ମୁଁ ତାଙ୍କୁ ଚତୁର କ୍ୟାପ୍ଟେନ୍ ଭାବେ ଦେଖେ ନାହିଁ । ଏହାସହିତ ରଣନୀତିକ କ୍ୟାପ୍ଟେନ ଭାବେ ମଧ୍ୟ ମୁଁ ତାଙ୍କୁ ଦେଖେ ନାହିଁ । ସେ ଏପର୍ଯ୍ୟନ୍ତ ଆଇପିଏଲ ଜିତି ନାହାନ୍ତି । ଗୋଟେ କ୍ୟାପ୍ଟେନ ସେତେ ଭଲ ହୋଇଥାଏ ଯେତେବେଳେ ତାର ରେକର୍ଡ ଭଲ ଥାଏ ।’ଗମ୍ଭୀରଙ୍କ ଏହି ଟିପ୍ପଣୀ ହୁଏତ ଆଇପିଏଲରେ ଜଣେ କ୍ୟାପ୍ଟେନ ଭାବେ କୋହଲିଙ୍କ ସଫଳତା ପାଇଁ ରହିଛି ।
ଖବରମୁତାବକ, ଗତ ଆଠ ବର୍ଷରୁ ବିରାଟ କୋହଲି କ୍ୟାପ୍ଟେସିପ୍ ଦାୟିତ୍ୱରେ ଅଛନ୍ତି । ଏହାସହିତ ସେ ଆରସିବି ର ସଦସ୍ୟ ରହିଛନ୍ତି । ଏନେଇ ଗମ୍ଭୀର ପ୍ରତିକ୍ରିୟା ଦେଇ କହିଛନ୍ତି କି , ‘ ସେ ବହୁତ ଭାଗ୍ୟଶାଳୀ ଏବଂ ତାଙ୍କୁ ଏହି ଫ୍ରାଞ୍ଚାଇଜ୍ କୁ ଧନ୍ୟବାଦ ଦେବା ଉଚିତ୍ । କାରଣ ଟୁର୍ଣ୍ଣାମେଣ୍ଟ ନଜିତିଲେ କୌଣସି କ୍ୟାପ୍ଟେନକୁ ଏତେ ଲମ୍ବା ସମୟ ଦିଆ ଯାଏ ନାହିଁ ।’