ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଗର୍ଭାବସ୍ଥାରେ ମହିଳା ମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଅନୁଭବ ହୋଇଥାଏ । କେତେବେଳେ ମୁଡସୁଇଙ୍ଗ ଦେଖା ଦେଇଥାଏ ତ ଆଉ କେତେବେଳେ ଖଟା ଏବଂ ମିଠା ଖାଇବାକୁ ଇଛା ହୁଏ । ଏହି ସମୟରେ ଏଭଳି କିଛି ଖାଦ୍ୟ ଖାଆନ୍ତୁ । ଯାହା ଆପଣଙ୍କୁ ଭଲ ଲାଗିବା ସହିତ ଗର୍ଭରେ ବଢୁଥିବା ଶିଶୁଟିକୁ ପୋଷଣ ଯୋଗାଇଥାଏ । ଆମେ ଆପଣଙ୍କୁ କହିବାକୁ ଯାଉଛୁ କମଳା ବିଷୟରେ । ଯାହାକୁ ଖାଇଲା ପରେ ପାଟିର ସ୍ୱାଦ ବଦଳିବା ସହିତ ଶିଶୁଟିକୁ ଫାଇଦା ମିଳିଥାଏ ।
କମଳାରେ ଭିଟାମିନ୍ ସି ଭରପୁର ମାତ୍ରାରେ ଥାଏ । ଏହା ମା’ ଏବଂ ଶିଶୁ ଦୁଣ ଜଣଙ୍କର ଇମ୍ୟୁନ ସିଷ୍ଟମ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଯଦି ଗର୍ଭବତୀ ମହିଳାମାନେ କମଳା ଜୁସ୍ ରେ ଆଇରନ୍ ଔଷଧ ମିଶାଇ ପିଅନ୍ତି । ଏହାଦ୍ୱାରା ତାଙ୍କ ଶରୀରରେ ହିମୋଗ୍ଲୋବିନର ସ୍ତର ବଢିଥାଏ ।
ସବୁବେଳେ ଡ଼ାକ୍ତର ଗର୍ଭବତୀ ମହିଳା ମାନଙ୍କୁ କମଳା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । କାରଣ ସେମାନଙ୍କ ଶରୀରରେ ପ୍ରତିଦିନ ୮୦ ରୁ ୮୫ ପ୍ରତିଶତ ଭିଟାମିନ୍ ପହଞ୍ଚିବା ଦରକାର । ଏହାଦ୍ୱାରା ଶିଶୁଟିର ମସ୍ତିସ୍କ ସୁସ୍ଥ ରହିବ ।
ଗର୍ଭାବସ୍ଥାରେ ଶରୀରରୁ ପାଣିର ମାତ୍ରା କମିବା ସାଧାରଣ କଥା । ନିୟମିତ କମଳା ଖାଇଲେ ଶରୀରରେ ପାଣି ମାତ୍ରା ଠିକ୍ ରହିଥାଏ । ଏହା ସହିତ ଶରୀରରେ ସୋଡିୟମ ଏବଂ ପୋଟାସିୟମ ର ମାତ୍ରାକୁ ମଧ୍ୟ ପୂରା କରିଥାଏ ।
ହର୍ମୋନର ପରିବର୍ତ୍ତନ ଯୋଗୁଁ ଏହି ସମୟରେ ମହିଳା ମାନଙ୍କୁ ଚିନ୍ତାରେ ରହିବାକୁ ପଡିଥାଏ । କମଳାରେ ପୋଟାସିୟମ ଥିବାରୁ ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖେ । ଏହାକୁ ନିୟମିତ ସେବନ କଲେ ଗର୍ଭବତୀ ମହିଳାମାନଙ୍କ ଚିନ୍ତା ଦୂର ହୋଇଥାଏ ।