ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଜ୍ଞାନ ଓ ବୁଦ୍ଧିର ଦେବତା ଭଗବାନ ଶ୍ରୀଗଣେଷ ସବୁ ଦେବତାଙ୍କ ମଧ୍ୟରେ ଅଗ୍ରପୂଜ୍ୟ । ଗଣେଷଙ୍କୁ ପୂଜା କରିବା ଦ୍ୱାରା ମନୁଷ୍ୟକୁ ଶୁଭ ଲାଭ ପ୍ରାପ୍ତି ହୋଇଥାଏ ।
ପ୍ରଭୁ ଗଣେଷକୁ ବିଘ୍ନ ବିନାଶକ ମଧ୍ୟ କୁହାଯାଏ । ଗଣେଷଙ୍କ ମୂର୍ତ୍ତି ଘରେ ରଖିବା ସବୁ କାର୍ଯ୍ୟ ଶୁଭ ହୋଇଥାଏ ବୋଲି ପ୍ରାୟ ସମସ୍ତେ ନିଜ ଘରେ ଗଣେଷଙ୍କ ମୂର୍ତ୍ତି ପୂଜା କରିଥାନ୍ତି ।
ମାର୍କେଟରେ ଅନେକ ପ୍ରକାରର ଗଣେଷ ମୂର୍ତ୍ତି ମିଳେ । ଅନେକ ଜାଗାରେ ଗଣେଷଙ୍କ ଷୁଣ୍ଢ ବାମ ପଟେ ଥାଏ ତ ଆହୁରି କିଛି ମୂର୍ତ୍ତିରେ ପ୍ରଭୁ ଗଣେଷଙ୍କ ଷୁଣ୍ଢ ଡାହାଣ ପଟେ ଥାଏ । ତେବେ ଶାସ୍ତ୍ର ଅନୁସାରେ ଗଣେଷଙ୍କ ଷୁଣ୍ଢର ସ୍ଥିତି ପଛରେ ବହୁ ଗୁରୁତ୍ୱପୂର୍ଣ୍ଣ ରହସ୍ୟ ରହିଛି ।
ପ୍ରଭୁ ଗଣେଷଙ୍କ ବାମ ପଟକୁ ଥିବା ଷୁଣ୍ଢର ରହସ୍ୟ
ସିଂହାସନ ଉପରେ ବିରାଜମାନ ପ୍ରଭୁ ଗଣେଷଙ୍କ ମୂର୍ତ୍ତିରେ ବାମ ପଟକୁ ମୋଡି ହୋଇ ରହିଥିବା ଷୁଣ୍ଢ ଯୁକ୍ତ ମୂର୍ତ୍ତି ଘରେ ରଖିବା ଦ୍ୱାରା ଘରେ ସୁଖ, ଶାନ୍ତି ଓ ସମ୍ମାନ ବଜାୟ ରହିଥାଏ ।
ଗଣେଷଙ୍କର ଏହି ଭଳି ମୂର୍ତ୍ତି ସ୍ଥାୟୀ କାର୍ଯ୍ୟ ପାଇଁ ପୂଜା କରାଯାଇଥାଏ । ଶିକ୍ଷା, ଧନପ୍ରାପ୍ତି, ସନ୍ତାନ ସୁଖ, ବିବାହ ଓ ବ୍ୟବସାୟରେ ଉନ୍ନତି ପାଇଁ ଏହି ମୂର୍ତ୍ତିକୁ ପୂଜା କରାଯାଇଥାଏ । ଏଥି ସହିତ ଘରର ମୁଖ୍ୟ ଦ୍ୱାରରେ ଗଣେଷଙ୍କ ବାମ ପଟ୍ଟକୁ ଥିବା ଷୁଣ୍ଢ ମୂର୍ତ୍ତି ସ୍ଥାପନା କରିବା ଦ୍ୱାରା ଘରକୁ ଆଉ ନକରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ ।
ପ୍ରଭୁ ଗଣେଷଙ୍କ ଡାହାଣ ପଟ୍ଟକୁ ଥିବା ଷୁଣ୍ଢର ରହସ୍ୟ
ବିଘ୍ନବିନାଶକଙ୍କର ଡାହାଣ ପଟ୍ଟକୁ ମୋଡି ରହିଥିବା ଷୁଣ୍ଢର ଅନେକ ରହସ୍ୟ ରହିଛି । ଏହି ଭଳି ମୂର୍ତ୍ତି ଶତ୍ରୁ ପରାଜୟ, ଶକ୍ତି ପଦର୍ଶନ ଓ ବିଜୟ ପ୍ରାପ୍ତି କରିବା ପାଇଁ ପୂଜା କରାଯାଇଥାଏ ।
ଏହି ମୂର୍ତ୍ତି କୁ ପୂଜା କରିବା ପାଇଁ କିଛି ନିୟମର ପାଳନ ମଧ୍ୟ କରିବାକୁ ପଡିଥାଏ । ସେଥିପାଇଁ ଏହି ଭଳି ମୂର୍ତ୍ତି ସବୁ ଅଧିକାଂଶ ମନ୍ଦିର ଓ ଅଫିସ ମାନଙ୍କରେ ପୂଜା କରାଯାଇଥାଏ ।
ଡାହାଣ ପଟକୁ ଷୁଣ୍ଢ ଥିବା ପ୍ରଭୁ ଗଣେଷଙ୍କୁ ଶିଦ୍ଧିବିନାୟକ କୁହାଯାଏ ତେଣୁ ତାଙ୍କର ଏହି ଭଳି ମୂର୍ତ୍ତିକୁ ଦର୍ଶନ କରିବା ଦ୍ୱାରା ସବୁ କାର୍ଯ୍ୟ ଶିଦ୍ଧ ହୋଇଥାଏ ।