ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନିୟମିତ ପାଚିଲା ଅମୃତ ଭଣ୍ଡା ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ । ଭଣ୍ଡାରେ ଭିଟାମିନ୍ସ ଏବଂ ମିନେରାଲ୍ସ ଭରପୁର ମାତ୍ରାରେ ରହିଥାଏ । ଭଣ୍ଡା ଶରୀରରେ କେବଳ ପାଣିର ଅଭାବ ଦୂର କରେ ତାହା ନୁହେଁ ବରଂ ଶରୀରରେ ଜରୁରୀ ପୋଷକ ତତ୍ୱର ଅଭାବକୁ ଦୂର କରିଥାଏ । ତେବେ ଆଜି ଆମେ ଆପଣଙ୍କ ଭଣ୍ଡା ଖାଇବାର ଫାଇଦା ବିଷୟରେ କହିବାକୁ ଯାଉଛୁ…
– ଯଦି ଶରୀରରେ ପ୍ରର୍ଯ୍ୟାପ୍ତ ପରିମାଣର ଭିଟା-କ୍ୟାରୋଟିନ୍ ରହିଛି ତେବେ ଆସ୍ଥମାର ଆଶଙ୍କୁ ବହୁତ କମ ଥାଏ । ଭଣ୍ଡାରେ ଭିଟା-କ୍ୟାରୋଟିନ୍ ରହିଥାଏ, ଯାହା ଆସ୍ଥମାକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରେ । ସେଥିପାଇଁ ନିୟମିତ ଅମୃତ ଭଣ୍ଡା ସେବନ କରି ଆସ୍ଥମାରୁ ରକ୍ଷା ପାଇ ପାରିବେ ।
– ଅମୃତ ଭଣ୍ଡାରେ ଭିଟାମିନ୍ ଏ, ବି ଏବଂ ସି ପର୍ଯ୍ୟାପ୍ତ ମାତ୍ରାରେ ରହିଥାଏ । ଯାହା ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇବାରେ ସହାୟକ ହୋଇଥାଏ । ନିୟମିତ ଏହାକୁ ସେବନ କରିବା ଦ୍ୱାରା ଶରୀରରେ କଣିକା ସୃଷ୍ଟି ହେବାର ପ୍ରକ୍ରିୟା ସଠିକ୍ ଭାବେ କାମ କରିଥାଏ ।
– ଅମୃତ ଭଣ୍ଡାରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ କପର ପ୍ରଚୁର ପରିମାଣର ରହିଥାଏ । ନିୟମିତ ରୂପେ ଏହାକୁ ସେବନ କରିବା ଦ୍ୱାରା ଶରୀରରେ କ୍ୟାଲସିୟମ ଆଭାବ ବିଲକୁଲ୍ ଦେଖାଯାଇନଥାଏ ।
– ଅମୃତ ଭଣ୍ଡାରେ ଫାଇବର, ଭିଟାମିନ୍ ଏବଂ ପୋଟାସିୟମ ଭରପୁର ମାତ୍ରାରେ ଥାଏ, ଯାହା ହୃଦ୍ ସମ୍ବନ୍ଧୀୟ ରୋଗ ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ଶରୀରରେ ପୋଟାସିୟମର ମାତ୍ରା ବଢାଇ ଏବଂ ସୋଡିୟମର ମାତ୍ରା କମାଇ ହୃଦ୍ ରୋଗର ବିପଦରୁ ରକ୍ଷା ପାଇ ପାରିବେ ।
– ଅମୃତ ଭଣ୍ଡାରେ ବିଲକୁଲ୍ ଫ୍ୟାଟ୍ ନଥାଏ । ଏହା ଶକ୍ତିର ଏକ ଭଲ ସ୍ରୋତ ।