ଭୁବନେଶ୍ୱର(ଏଟିଆର ବ୍ୟୁରୋ): ନୂଆ ଫୋନ କିଣିବାକୁ ଭାବୁଛନ୍ତି କି!! ତେବେ ଆପଣଙ୍କ ପାଇଁ ଖୁସି ଖବର Honor କମ୍ପାନୀର ନୂଆ ସ୍ମାର୍ଟଫୋନ ଜାନୁଆରୀ ୧୪ରେ ଭାରତରେ ଲଞ୍ଚ ହେବାକୁ ଯାଉଛି । ଚାଇନା ଟେକ କମ୍ପାନୀ ହୁଆଇ ର ସବ ବ୍ରାଣ୍ଡ Honor ର ନୂଆ ସ୍ମାର୍ଟ ଫୋନ Honor 9X ମଡେଲ ହେବାକୁ ଯାଉଛି ।
ଏହି ସ୍ମାର୍ଟ ଫୋନର ଟିଜରରେ ର ସମସ୍ତ ଫିଚର ସହିତ କ୍ୟାମେରା ବିଷୟରେ ଗ୍ରାହକଙ୍କୁ ପୁର୍ବରୁ ସୁଚନା ଦିଆଯାଇଥିଲା । ଏହି ସ୍ମାର୍ଟ ଫୋନରେ ୬.୬ ଇଞ୍ଚ ଫୁଲ ଏଚଡି ଡିସପ୍ଳେ ସହିତ ୧୬ ମେଗାପିକ୍ସେଲ ର ପପ୍ଅପ ସେଲଫି କ୍ୟାମେରାର ସୁବିଧା ମଧ୍ୟ ରହିଛି । Honor 9X ଫୋନରେ ୪୮ ମେଗାପିକ୍ସେଲ ପ୍ରାଇମେରି କ୍ୟାମେରା ସହିତ ଆହୁରି ମଧ୍ୟ ଆକର୍ଷଣିୟ ଫିଚର ସବୁ ରହିଛି ।
Honor 9X ଲଞ୍ଚ ପାଇଁ ଭାରତର ନାମୀଦାମୀ ଅନଲାଇନ ସପିଙ୍ଗ ସାଇଟ୍ ଫିଲ୍ପକାର୍ଟ ଏହାର ଅନଲାଇନ ସାଇଟରେ ଗୋଟିଏ ସ୍ୱତନ୍ତ୍ର ପେଜ୍ ତିଆରି କରି ଗ୍ରାହକଙ୍କୁ ସୁଚନା ଦେଇଛି ।
ତେବେ ଫୋନଟିର ଦାମ ପାଖାପାଖି ୧୫୦୦୦ଟଙ୍କା ରହିବ ବୋଲି ସୁଚନା ମିଳିଛି ।