ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡାଳିମ୍ବକୁ ନ୍ୟୁଟ୍ରିଶନର ପାୱାରହାଉସ ବୋଲି କୁହାଯାଏ । ଡାଳିମ୍ବ ମଞ୍ଜିରେ ଥିବା ଫାଇଟୋକେମିକାଲ୍ସ, ଆଣ୍ଟିଅକ୍ସିଡେଣ୍ଟ ଏବଂ ଭିଟାମିନ୍-ସି ର ଔଷଧୀୟ ଗୁଣ ରୂପେ ବର୍ଷ ବର୍ଷ ଧରି ବ୍ୟବହାର କରାଯାଉଛି ।
ଡାଳିମ୍ବର ଲାଲ ରଙ୍ଗରୁ ପଲିଫେନଲ୍ସ ମିଳିଥାଏ । ଯାହା ଏକ ପାୱରଫୁଲ ଆଣ୍ଟିଅକ୍ସିଡେଣ୍ଟ ରୂପେ କାମ କରିଥାଏ । ଅଧ୍ୟୟନ ମୁତାବକ, ଡାଳିମ୍ବରେ ଥିବା ଆଣ୍ଟି-ଇଫ୍ଲେମେଟରୀ ହାଡ ସମ୍ବନ୍ଧୀୟ ସମସ୍ୟା ପାଇଁ ଫାଇଦା ହୋଇଥାଏ । ଏହାବ୍ୟତିତ ଡାଳିମ୍ବକୁ ନିୟମିତ ଡାଇଟରେ ସାମିଲ କରିବା ଦ୍ୱାରା ବ୍ଲଡ ସୁଗାର, ବ୍ଲଡ ପ୍ରେସର, ଇମ୍ୟୁନିଟି, ଡାଇଜେସନ ଏବଂ ମେମୋରୀ ସହ ଜଡିତ ସମସ୍ୟାକୁ ଦୂର କରିଥାଏ ।
ସେହିପରି ହାଇପରଟେନସନ ଏବଂ କୋଲେଷ୍ଟ୍ରଲକୁ ନିୟନ୍ତ୍ରିତ କରୁଥିବା ଡାଳିମ୍ବ ହାର୍ଟ ପାଇଁ ଲାଭଦାୟକ । ଏଥିରେ ଅତ୍ୟଧିକ ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଛି । ସେଥିପାଇଁ ଏହାକୁ ସବୁଠାରୁ ଭଲ ଆଣ୍ଟି-ଇନଫ୍ଲେମେଟରୀ ଫୁଡ ବୋଲି କୁହାଯାଏ ।
ଡାଳିମ୍ବକୁ ଫାଇବର, ଭିଟାମିନ୍ସ-ସି, ଭିଟାମିନ୍-କେ ଏବଂ ପୋଟାସିୟମର ଭଲ ଉତ୍ସ ବୋଲି କୁହାଯାଏ ।