ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପନିପରିବା ଭିତରେ ମୂଳା ହେଉଛି ଏକ ପରିବା ଯାହାକୁ ଅନେକ ଲୋକ ସାଲାଡରେ ବ୍ୟବହାର କରିଥାନ୍ତି । ଏହାସହିତ କିଛି ଲୋକ ଭାଜିକି କିମ୍ବା ତରକାରୀ କରି ମଧ୍ୟ ଖାଇଥାନ୍ତି । ସ୍ୱାସ୍ଥ୍ୟ ପାଇଁ ମୂଳା ଖୁବ୍ ଉପକାରୀ । ଶରୀରରେ ଏହା ପାନସୀୟା ରୂପରେ କାମ କରିଥାଏ । ଏହାବ୍ୟତୀତ ଏହାକୁ ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତ ହୋଇପାରିବେ । ମୂଳାରେ କ୍ୟାଲୋରୀ, ଫ୍ୟାଟ, କାର୍ବୋହାଇଡ୍ରେଟ,ଡାଇଟ୍ରି ଫାଇବର, ପ୍ରୋଟିନ, ଭିଟାମିନ୍ ସି, କ୍ୟାଲସିୟମ, ଆଇରନ ଏବଂ ମ୍ୟାଗ୍ନେସିୟମ ଆଦି ମହଜୁଦ ଥାଏ । ତେବେ ଆସନ୍ତୁ ଜାଣିବା ଶରୀର ପାଇଁ ମୂଳା କେତେ ଉପଯୋଗୀ ।
– ମୂଳାରେ ପୋଷକ ତତ୍ୱ ଥାଏ ଏହା ପ୍ରାକୃତିକ ରୂପରେ କାମ କରେ । ନିୟମିତ ମୂଳା ଜୁସ୍ ପିଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ ।
– ପେଟ ସମସ୍ୟା ଦୂର କରିବାକୁ ହେଲେ ମୂଳାରେ ଅଦା ଏବଂ ଲେମ୍ବୁ ରସ ମିଶାଇ ପିଅନ୍ତୁ । ଏଭଳି କରିବା ଦ୍ୱାରା ପେଟ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯାଏ ।
– ଯଦି ଆପଣ ଆପଣଙ୍କ ପାଚନ ଶକ୍ତି ମଜବୁତ କରିବାକୁ ଚାହାଁନ୍ତି ତେବେ ମୂଳା ରସରେ ଲୁଣ ମିଶାଇ ପିଅନ୍ତୁ । ଏଭଳି କରିବା ଦ୍ୱାରା ପେଟରୁ ଜୀବାଣୁ ମରି ଯାଇଥାନ୍ତି ।
– ଜଣ୍ଡିସ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ ମୂଳା ରସ ।