ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭାରତୀୟ ଖାଦ୍ୟ ପେୟରେ ଅଦାର ବେଶ ମହତ୍ୱ ରହିଛି । ସକାଳୁ ଚା’ ରେ ଟିକିଏ ଅଦା ପକାଇ ପିଇଦେଇ ଶରୀର ତାଜା ହୋଇ ଯିବା ସହ ଦିନଟା ମଧ୍ୟ ଭଲରେ କଟିଯାଇଥାଏ । ଖାଲି ଚା କାହିଁକି ଅଦାର ବ୍ୟବହାର ଭାରତୀୟ ଖାଦ୍ୟରେ ମଧ୍ୟ ଦେଖିବାକୁ ମିଳିଥାଏ । ଅଦା ଯେ ଖାଲି ଖାଦ୍ୟପେୟକୁ ସ୍ୱାଦିଷ୍ଟ କରିଥାଏ ତାହା ନୁହେଁ ଏଥିରେ ଲୁଚି ରହିଥାଏ ଅନେକ ଔଷଧୀୟ ଗୁଣ । ଏଥିପାଇଁ ଆୟୁର୍ବେଦରେ ଔଷଧ ତିଆରି କରିବା ପାଇଁ ଏହାର ବ୍ୟବହାର ବହୁଳମାତ୍ରରେ ରହିଛି । କେବଳ ଯେ ଅଦା ଆମ ଶରୀର ପାଇଁ ହିତ ହୋଇଥାଏ ତାହାନୁହେଁ । ଅଦାର ପାଣି ମଧ୍ୟ ଆମ ଶରୀର ପାଇଁ ଅନେକ ଲାଭ ପହଞ୍ଚାଇଥାଏ ।
– ଅଦା ମଧ୍ୟରେ ଫାଇବର, କ୍ୟାଲସିୟମ, ପୋଟାସିୟମ, ଆଣ୍ଟି ଅକ୍ସିଡେଣ୍ଟର ପରିମାଣ ଭରପୂର ମାତ୍ରାରେ ରହିଥାଏ । ଏହିସବୁ ପୋଷକ ତତ୍ୱ ଆମ ଶରୀର ମଧ୍ୟକୁ ଗଲେ ଏହା ଅନେକ ଳାଭ ପହଞ୍ଚାଇଥାଏ । ପ୍ରତିଦିନ ଅଦାର ପାଣି ପିଇବା ଫଳରେ ଏହା ଖାଦ୍ୟ ହଜମ କରାଇବାରେ ସାହାର୍ଯ୍ୟ କରିଥାଏ । ଏହି ଅଦା ପାଣି ପିଇବା ଦ୍ୱାର ପେଟ ଜନିତ ଅନେକ ସମସ୍ୟା କିଛି ସମୟ ମଧ୍ୟରେ ଦୂର ହୋଇଯାଇଥାଏ । ଏହାକୁ ପ୍ରତିଦିନ ପିଇବା ଫଳରେ ପେଟରେ ଜଳାପୋଡା ହୋଇନଥାଏ ।
– ଅଦା ପାଣିରେ ଜିଙ୍କର ପରିମାଣ ଅଧିକ ମାତ୍ରରେ ରହିଥାଏ । ଏହା ଶରୀରରେ ଇନସୁଲିନର ମାତ୍ରା ବଢାଇଥାଏ । ଯାହା କି ମଧୁମେୟ ରୋଗୀଙ୍କର ସୁଗାର ମାତ୍ରା କମ କରାଇବାରେ ସାହାର୍ଯ୍ୟ କରିଥାଏ ।
– ବ୍ଲଡରେ ସୁଗାରର ମାତ୍ରା ସଠିକ କରାଇବାରେ ମଧ୍ୟ ଏହା ସାହାର୍ଯ୍ୟ କରିଥାଏ । ଅଦା ପାଣିରେ କ୍ୟାସିୟମର ମାତ୍ର ଜିରୋ ଲେବୁଲର ରହିଥାଏ । ତେଣୁ ଅଦାପାଣିକୁ ପିଇବା ମଧ୍ୟ ମୋଟା ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ଅଟେ ।
– ଏକ ପରୀକ୍ଷାରୁ ଜଣାପଡିଛି ଯେ , ମହିଳାମାନଙ୍କ ଋତୁସ୍ରାବ ସମୟରେ ଯଦି ମହିଳାମାନେ ଅଦା ମିଶ୍ରିତ ଉସୁମ ପାଣି ପିଅନ୍ତି ତେବେ ଏହା ସେହି ସମୟରେ ହେଉଥିବା ଅନେକ ଯନ୍ତ୍ରଣାରୁ ରକ୍ଷା କରିବାରେ ସାହାର୍ଯ୍ୟ କରିଥାଏ ।