ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଡ୍ରାଏଫ୍ରୁଟସ୍ ମଧ୍ୟରୁ କିସମିସ୍ ଅନ୍ୟତମ । ଅଙ୍ଗୁରକୁ ଶୁଖାଯାଇ ଏହାକୁ ତିଆରି କରାଯାଏ । ଏଥିରେ ସମସ୍ତ ଗୁଣ ରହିଛି ଯାହା ଅଙ୍ଗୁରୁରେ ଥାଏ । କିସମିସ୍ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ।
ଶୀତଦିନେ କିସମିସ୍ ସେବନ କରିବା ଦ୍ୱାରା ଅନେକ ରୋଗରୁ ରକ୍ଷା ପାଇ ପାରିବେ । ଏଥିରେ ଭରପୁର ମାତ୍ରାରେ ଆୟରନ, ପୋଟାସିୟମ, କ୍ୟାଲସିୟମ,ମ୍ୟାଗ୍ନେସିୟମ ଏବଂ ଫାଇବର ଥାଏ । କିସମିସ୍ କୁ ମୁଖ୍ୟତଃ ଖିରୀ ଏବଂ ମିଠା ଆଦିରେ ବ୍ୟବହାର କରାଯାଏ । ଏହା ପାଟିକୁ ଯେପରି ସ୍ୱାଦିଷ୍ଟ ସେହିପରି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । ଅନେକ ଲୋକ ଖାଲିରେ କିସମିସ୍ କୁ ଖାଇ ଦେଇଥାନ୍ତି । କିନ୍ତୁ କିସମିସ୍ କୁ ରାତି ସାରା ପାଣିରେ ଭିଜାଇ ସକାଳୁ ଖାଲି ପେଟରେ ଖାଇବା ଦ୍ୱାରା ଏହା ଶରୀର ପାଇଁ ବହୁ ଗୁଣରେ ଉପଯୋଗୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ..
କିସମିସ୍ କୁ ରାତି ସାରା ପାଣିରେ ଭିଜାଇ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।ପ୍ରକୃତରେ କିସମିସ୍ ରେ ମହଜୁଦ ଥିବା ପୋଟାସିୟମ ଶରୀରରେ ଲୁଣର ମାତ୍ରାକୁ ସନ୍ତୁଳନ ରଖି ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।
କିସମିସ୍ ରେ ଭରପୁର ମତ୍ରାରେ ଫାଇବର ଥାଏ । ସେଥିପାଇଁ ପାଚନ କ୍ରିୟାକୁ ସଠିକ୍ କରିବା ପାଇଁ ୨ରୁ ୪ଟି କିସମିସ୍ କୁ ରାତିରେ ପାଣିରେ ଭିଜାଇ ରଖନ୍ତୁ । ସକାଳୁ ଉଠି ଖାଲି ପେଟରେ କିସମିସ୍ କୁ ଖାଇବା ଦ୍ୱାରା ସେହି ପାଣିକୁ ପିଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ପାଚନ ପ୍ରକ୍ରିୟା ସଠିକ୍ ହୋଇଥାଏ ।
କିସମିସ୍ ରେ ସମସ୍ତ ନ୍ୟୁଟ୍ରିଏଣ୍ଟସ୍ ଥାଏ । ଯାହା ୟୁମିନିଟିକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଶୀତଦିନେ ନିୟମିତ କିସମିସ୍ ସେବନ କରିବା ଦ୍ୱାରା ସଂକ୍ରମଣରୁ ରକ୍ଷା ମିଳିଥାଏ ।
କିସମିସ୍ ରେ ପ୍ରାକୃତିକ ମିଠା ଥାଏ । ଏହା ସୁଗାର ମାତ୍ରାକୁ ନିୟନ୍ତ୍ରଣରେ ରଖେ ଏବଂ ଓଜନ ହ୍ରାସ କରିବାରେ ଫାଇଦା ହୋଇଥାଏ ।
ହାଡ ମଜବୁତ କରିବାରେ ମଧ୍ୟ କିସମିସ୍ ଖୁବ୍ ଉପଯୋଗୀ । ଏଥିରେ କ୍ୟାଲସିୟମ ଥିବା ହେତୁ ଏହାକୁ ପାଣିରେ ଭିଜାଇ ଖାଇବା ଦ୍ୱାରା ନ୍ୟୁଟ୍ରିଏଣ୍ଟସରୁ ଶରୀରକୁ ଅନେକ ଫାଇଦା ହୋଇଥାଏ ।
ଶରୀରରେ ଲାଲ ରକ୍ତ କଣିକା ସୃଷ୍ଟି ହେବାରେ ଆୟରନର ମୁଖ୍ୟ ଭୂମିକା ଥାଏ । କିସମିସ୍ ରେ ଆୟରନ ପ୍ରଚୁର ମାତ୍ରାରେ ଥିବା ହେତୁ ଏହାକୁ ପାଣିରେ ଭିଜାଇ ଖାଇବା ଦ୍ୱାରା ରକ୍ତ ଅଭାବ ଦୂର ହୋଇଥାଏ ।
ଆଣ୍ଟିଅକ୍ସିଡେଣ୍ଟ, ଭିଟାମିନ୍-ଏ ଏବଂ ବିଟା କ୍ୟାରୋଟିନ୍ ଯୁକ୍ତ କିସମିସ୍ ରେ ସମସ୍ତ ପ୍ରକାର ନ୍ୟୁଟ୍ରିଏଣ୍ଟସ୍ ଥାଏ । ଯାହା ଦୃଷ୍ଟି ଶକ୍ତି ପ୍ରଖର କରିଥାଏ ।