ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଗ୍ରହ ଚଳନର ପରିବର୍ତ୍ତନ ଯୋଗୁଁ ୧୫୧ ବର୍ଷ ପରେ ଆଜି ମହାସଂଯୋଗ ଘଟୁଛିି । ଭଗବାନ ଶିବ ଏବଂ ଶନିଦେବଙ୍କ ମହାସଂଯୋଗ ହେଉଛି । ଯାହାଫଳରେ କିଛି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳି ଯାଇପାରେ ।
ମେଷ ରାଶି: ମହାଦେବ ଏବଂ ଶନିଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳି ଯିବ, କୌଣସି ଖୁସି ଖବର ମିଳିବା ସହ ଧନ ଲାଭ ମଧ୍ୟ ହୋଇପାରେ । ଶିବ ଏବଂ ଶନିଙ୍କ କୃପାରୁ ଆପଣଙ୍କ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି ।
ତୁଳା ରାଶି: ଜୀବନସାଥୀଙ୍କ ସହ ମନମାଳିନ୍ୟ ଦୂର ହେବ ଏବଂ ପରିବାରରେ ଖୁସି ଆସିବ । ଏହାସହିତ ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ପାଇବା ବଢିବ,ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ଆପଣଙ୍କ ପାଇଁ ଏହି ସମୟ ବହୁତ ଶୁଭ ଅଟେ ।
ମୀନ ରାଶି: ଶିବ ଏବଂ ଶନିଙ୍କ କୃପାରୁ ଦାମ୍ପତ୍ୟ ଜୀବନରେ ଖୁସି ବଳବତ୍ତର ରହିବ । ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ ରାୟ ନେବାରେ ନିଜକୁ ସୌଭାଗ୍ୟ ମଣିବେ । ସମାଜରେ ଆପଣଙ୍କର ମାନ-ସମ୍ମାନ ବଢିବ । ଏହାସହିତ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହେବ ।
କର୍କଟ ରାଶି: ଏହି ରାଶିର ବ୍ୟକ୍ତିଙ୍କ ମନ ଆଧ୍ୟାତ୍ମିକ ପ୍ରତି ଆକର୍ଷିତ ରହିବ । ଆର୍ଥିକ ସ୍ଥିତି ଲଗାତର ମଜବୁତ ରହିବ । ମହାଦେବ ଏବଂ ଶନି ମହାରାଜଙ୍କ କୃପାରୁ ସମସ୍ତ କରଜରୁ ମୁକ୍ତି ମିଳିପାରେ ।
ମକର ରାଶି: ଏହି ରାଶିର ବ୍ୟକ୍ତିଙ୍କ ସମୟ ସାମାନ୍ୟ ଭଲ ରହିବ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭବନା ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ, ଶିବ ଏବଂ ଶନିଙ୍କ କୃପାରୁ ବେରୋଜଗାରିଆଙ୍କୁ ରୋଜଗାର ମିଳି ପାରିବ ।
ମିଥୁନ: ବହୁଦିନରୁ ରହିଥିବା ବକେୟା ଟଙ୍କା ମିଳିପାରେ । କୌଣସି ବଡ ଖୁସି ଖବର ଆପଣଙ୍କୁ ମିଳିପାରେ । ଭୋଳାନାଥ ଏବଂ ଶନିଦେବଙ୍କ କୃପାରୁ ଆପଣଙ୍କ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ।