ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ଭଜା ବାଦାମ ଖାଇଥିବେ ନିଶ୍ଚିତ । କିନ୍ତୁ କେବେ ଭିଜା ବାଦାମ ଖାଇଛନ୍ତି କି? କାରଣ ବାଦାମକୁ ରାତିରେ ଭିଜାଇ ତାକୁ ସକାଳେ ଖାଇବା ଦ୍ୱାରା ଅନେକ ଫାଇଦା ହୋଇଥାଏ । କିନ୍ତୁ ଆପଣ ଗୋଟେ କଥା ଧ୍ୟାନ ରଖିଥିବେ କି ଏହାକୁ ନିୟମିତ ସେବନ କରିବା ଉଚିତ୍ ନୁହେଁ କାରଣ ଏହା ଏକ ହାଇ ପ୍ରୋଟିନ୍ ସୋର୍ସ । ଯାହା ଆପଣଙ୍କ ପାଇଁ ଗ୍ୟାସ ସମସ୍ୟା ହୋଇପାରେ । ସେଥିପାଇଁ ଏହାକୁ ସପ୍ତାହରେ ଦୁଇରୁ ତିନି ଥର ସେବନ ପାଇଁ ପରାମର୍ଶ ଦିଆଯାଇଥାଏ ।
ଏହା ଆପଣଙ୍କ ଶରୀରରେ ଶକ୍ତିର ସ୍ତରକୁ ବଢାଇ ଦେଇଥାଏ । ଯାହାଦ୍ୱାରା ଆପଣ ଯେକୌଣସି କାମ କରୁଛନ୍ତି ତାହା ଶୀଘ୍ର କରିବା ସହ ତାଜା ଅନୁଭବ କରିଥାନ୍ତି ।
ଯଦି ଆପଣଙ୍କ ଆଂଠୁ ଗଣ୍ଠି ସମସ୍ୟା ଏବଂ ହାଡ କମଜୋର ଅଛି ତେବେ ଏହି ଭିଜା ବାଦାମ ସେବନ କରିବା ଦ୍ୱାରା ଦୁର୍ବଳତା ଦୂର ହୋଇଥାଏ ଶରୀରକୁ ଶକ୍ତି ମିଳିଥାଏ ।
ଯଦି ଆପଣ ଭିଜା ବାଦାମ ସେବନ କରୁଛନ୍ତି ତେବେ ଏହାଦ୍ୱାରା ଆପଣଙ୍କ ମସ୍ତିଷ୍କକୁ ବି ଭରପୁର ପୋଷଣ ମିଳିଥାଏ ଏବଂ ଆପଣଙ୍କ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ।
ଏହା ପେଟର ଅନେକ ସମସ୍ୟା କମ କରିବାରେ ସହାୟକ ହୋଇଥାଏ । ଯାହାଦ୍ୱାରା ଆପଣଙ୍କ ପାଚନ କ୍ରିୟା ସଠିକ ଭାବେ ହୋଇଥାଏ ।
ବାଦାମରୁ ଯେଉଁ ସବୁ ପୋଷଣ ମିଳିଥାଏ ସେଥିପାଇଁ ଆପଣଙ୍କ ଶରୀରର ବ୍ଲଡ ସର୍କ୍ୟୁଲେସନରେ ବି ସୁଧାର ଦେଖିବାକୁ ମିଳିଥାଏ ।