ଭୁବନେଶ୍ୱର (ଏଟିଆର ବ୍ୟୁରୋ): କିଛି ଲୋକ ବଡି ବନେଇବାରେ ଏବଂ ଫିଟନେସ ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିଥାନ୍ତି । ଏହାପରେ ବି ସେମାନେ ସୁସ୍ଥ ରହିନଥାନ୍ତି । ଯଦ ଆପଣ ବି ଏଭଳି କରୁଥାନ୍ତି ତେବେ ତୁରନ୍ତ ବାସୀ ରୁଟି ଖାଇବା ଆରମ୍ଭ କରିଦିଅନ୍ତୁ । ଏହା ଆପଣଙ୍କ ପାଇଁ ଫାଇଦା ହୋଇପାରେ । ବାସୀ ରୁଟିରେ ଥିବା ପୋଷକ ତତ୍ୱ କେବଳ ମାଂସପେଶୀ ମଜବୁତ କରିଥାଏ ବରଂ ଇମ୍ୟୁନ ପାୱରକୁ ମଜବୁତ କରିବାର କାମ କରିଥାଏ ।
– ବାସୀ ରୁଟିରେ ପ୍ରଚୁର ପରିମାଣର ପ୍ରୋଟିନ ରହିଥାଏ । ଯାହା ଶକ୍ତିର ସବୁଠାରୁ ଭଲ ସ୍ରୋତ । ସେଥିପାଇଁ ନିୟମିତ ସକାଳୁ ବାସୀ ରୁଟି ସେବନ କରିବା ଦ୍ୱାରା ଶରୀର ଶକ୍ତିଶାଳୀ ହୋଇଥାଏ ।
– ଯେଉଁ ବ୍ୟକ୍ତି ସବୁବେଳେ ଦୁର୍ବଳ ଅନୁଭବ କରିଥାନ୍ତି ବା ଥକି ଯାଆନ୍ତି, ସେମାନଙ୍କୁ ବାସୀ ରୁଟି ଖାଇବା ଉଚିତ୍ । ଏହାଦ୍ୱାରା କାର୍ବୋହାଇଡ୍ରେଟସର ଅଭାବ ଦୂର ହୋଇଥାଏ ଏବଂ ତୁରନ୍ତ ଏନର୍ଜି ମିଳିଥାଏ ।
– ଯଦି ଆପଣଙ୍କର ପାଚନ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ଆପଣଙ୍କ ପାଇଁ ବାସୀ ରୁଟି ଖାଇବା ଲାଭଦାୟୀ ହେବ । ଏଥିରେ ପ୍ରଚୁର ପରିମାଣର ଫାଇବର ଥାଏ । ଏହାକୁ ସେବନ କରିବା ଦ୍ୱାରା ଗ୍ୟାସ, କୋଷ୍ଠକାଠିନ୍ୟ ଏବଂ ପେଟଫୁଲା ଆଦି ରୋଗ ଦୂର ହୋଇଥାଏ ।
– ବାସୀ ରୁଟି ଖାଇବା ଦ୍ୱାରା ପେଟରେ ଚର୍ବି କମ ହୋଇଥାଏ । ଏହାସହିତ ମେଟାବଲିଜିମ ଭଲ ହୋଇଥାଏ ଏବଂ ଭୋକ ବି ନିୟନ୍ତ୍ରଣ ହୋଇଥାଏ ।
– ସେହିପରି ବାସୀ ରୁଟି ସେବନ ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟାରୁ ଆଶ୍ୱସ୍ତି ମିଳିଥାଏ ।
– ଯେଉଁ ବ୍ୟକ୍ତିଙ୍କ ଶରୀର ସର୍ବଦା ଅଧିକ ଗରମ ରହିଥାଏ ଏବଂ ଥକାପଣ ଅନୁଭବ ହୋଇଥାଏ । ସେମାନଙ୍କୁ ନିୟମିତ ସକାଳୁ ଖୀର ସହ ବାସୀ ରୁଟି ଖାଇବା ଉଚିତ୍ । ଏହାଦ୍ୱାରା ଶରୀରର ତାପମାତ୍ରା ସାମାନ୍ୟ ହୋଇଥାଏ ।
– ବାସୀ ରୁଟି ଖାଇବା ଦ୍ୱାରା ସୁଗାର ମାତ୍ରା ସାମାନ୍ୟ ରହିଥାଏ । ଏହା ଇଂସୁଲିନକୁ ନିୟନ୍ତ୍ରିତ କରି ରକ୍ତରେ ଥିବା ଅତିରିକ୍ତ ସୁଗାର ମାତ୍ରାକୁ କମ କରିବାରେ ସହାୟକ ହୋଇଥାଏ । ଏହାଦ୍ୱାରା ମଧୁମେୟ ରୋଗରୁ ରକ୍ଷା ମିଳିଥାଏ ।
– ସକାଳୁ ଜଳଖିଆରେ ବାସୀ ରୁଟି ଖାଇବା ଦ୍ୱାରା ଭିଟାମିନ୍ସ ଅଭାବ ଦୂର ହୋଇଥାଏ । ଏହାସହିତ ଶରୀରକୁ ଶକ୍ତି ମିଳିଥାଏ ଏବଂ ମୁଣ୍ଡ ବୁଲାଇବା ସମସ୍ୟା ଦୂର ହୋଇଥାଏ ।
– ବାସୀ ରୁଟି ସେବନ ଦ୍ୱାରା ହାଡ ମଜବୁତ ରହିଥାଏ । ଏଥିରେ ଥିବା ପ୍ରୋଟିନ ଏବଂ କ୍ୟାଲସିୟମ ବୋନ ମ୍ୟାରୋ ଜୁସ କରିବାରେ ସହାୟକ ହୋଇଥାଏ ।
– ପତଳା ସମସ୍ୟା ଦୂର କରିବା ପାଇଁ ବାସୀ ରୁଟି ସେବନ ଫାଇଦା ହୋଇଥାଏ । ଏଥିରେ ଥିବା ମଲ୍ଟି ଭିଟାମିନ୍ସ ଏବଂ କାର୍ବୋହାଇଡ୍ରେଟସ ଶରୀରର ଫ୍ୟାଟ ବଢାଇବାରେ ସହାୟକ ହୋଇଥାଏ ।