ମୁମ୍ବାଇ(ଏଟିଆର ବ୍ୟୁରୋ): ବର୍ତ୍ତମାନ ବଢିଚାଲିଛି କ୍ରାଇମ । ଯାହାଠାରୁ କେହି ବଞ୍ଜିପାରୁନାହାନ୍ତି । ବଡ କଳାକାରଙ୍କ ସହିତ ମଧ୍ୟ ଏହି ଘଟଣା ଘଟିବାକୁ ଲାଗିଛି । ବୁଧବାର ନାଗିନ୍ ୪ ଫେମ୍ ଅଭିନେତ୍ରୀ ନିଆ ଶର୍ମାଙ୍କ ହ୍ୟାଣ୍ଡବ୍ୟାଗ୍ ତାଙ୍କ କାର୍ରୁ ଚୋରି ହୋଇଯାଇଛି। ଏହି ଘଟଣା ମୁମ୍ବାଇର ଲୋଅର ପରେଲ୍ ଅଞ୍ଚଳରେ ଘଟିଛି। ନିଆ ଘଟଣା ପରେ ମୁମ୍ବାଇ ପୋଲିସକୁ ଟ୍ୱିଟ ଜରିଆରେ ସାହାଯ୍ୟ ମାଗିଛନ୍ତି। ଏହା ପରେ ନିଆଙ୍କୁ ତୁରନ୍ତ ଉତ୍ତର ମିଳିଥିଲା।ନିୟା ଟ୍ୱିଟରରେ ନିଜ ହ୍ୟାଣ୍ଡବ୍ୟାଗର ଫଟୋ ସେୟାର କରି ଲେଖିଥିଲେ ଯେ କେହି ତାଙ୍କ ହ୍ୟାଣ୍ଡବ୍ୟାଗ୍ ତାଙ୍କ କାରରୁ ଉଠାଇ ନେଇଛି। ଲୋଅର ପରେଲର ସେନାପତି ବାପତ ମାର୍ଗ ସିଗନାଲରେ ଏହି ଘଟଣା ଘଟିଛି। ନିଆ ଅଭିଯୋଗ କରିବାରୁ ତୁରନ୍ତ ମୁମ୍ବାଇ ପୋଲିସ୍ ତରଫରୁ ଜବାବ ଆସିଥିଲା। ଯେଉଁଥିରେ ଲେଖା ଥିଲା ‘ଆମେ ଆପଣଙ୍କୁ ଫଲୋ କରୁଛୁ। ଆପଣଙ୍କ ନିଜ ନମ୍ବର ଆମକୁ ଇନବକ୍ସ କରନ୍ତୁ। ଡିଟେଲ୍ସ ପାଇଁ ଆମେ ଆପଣଙ୍କୁ ଖୁବ୍ ଶୀଘ୍ର ଫୋନ୍ କରିବୁ।’ ମୁମ୍ବାଇ ପୋଲିସ୍ ତରଫରୁ ମିଳିଥିବା ଜବାବରେ ଖୁସି ହୋଇ ନିଆ ଶର୍ମା ତାଙ୍କ ଧନ୍ୟବାଦ କରି ଲେଖିଛନ୍ତି ଯେ- ଏତେ ଶୀଘ୍ର ଉତ୍ତର ଦେଇଥିବାରୁ ଧନ୍ୟବାଦ। ଏହା ପୂର୍ବରୁ ମଧ୍ୟ ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ମୁମ୍ବାଇ ପୋଲିସକୁ ନିଜ ସହ ହୋଇଥିବା ଅତ୍ୟାଚାରର ଘଟଣା ସେୟାର କରିଛନ୍ତି। ଏଥିରେ ମୁମ୍ବାଇ ପୋଲିସ୍ ଜୋରସୋରରେ ଆକ୍ସନ୍ ନେଇଛି।ନିୟା ଶର୍ମା ଅନେକ ଲୋକପ୍ରିୟ ଟିଭି ଶୋରେ କାମ କରିଛନ୍ତି। ନିଆ ‘ଏକ ହଜାରୋଁ ମେଁ ମେରି ବେହେନା ହେ’,‘ଜମାଇ ରାଜା’,‘ଇସ୍କ ମେ ମରଜାଓ୍ବାଁ,‘ନାଗିନ୍ ୪’ଭଳି ଶୋରେ କାମ କରିଛନ୍ତି। ନିୟା ଖତରୋଁ କେ ଖିଲାଡ଼ି ମେଡ ଇନ୍ ଇଣ୍ଡିଆ ଜିତିଛନ୍ତି। ତେବେ ଏହା ପୂର୍ବରୁ ମାଲଭି ମାଲହୋତ୍ରାଙ୍କ ସହିତ ମଧ୍ୟ ଅଘଟଣ ଘଟିସାରିଛି , ତାଙ୍କୁ ମରଣାତ୍ମକ ଆକ୍ରମଣର ଶୀକାର ହେବାକୁ ପଡିଥିଲା , କିନ୍ତୁ ସେ ବର୍ତ୍ତମାନ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024