ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବେଳେ ବେଳେ ଘରମାନଙ୍କରେ ରାତିରେ ରନ୍ଧା ହୋଇଥିବା ଭାତ ବଳି ଯାଇଥାଏ । କିଛି ଲୋକ ଏହି ବଳକା ଭାତକୁ ଅଦରକାରୀ ତଥା ଏହା ଶରୀର ପାଇଁ ହାନିକାରକ ଭାବି ଫିଙ୍ଗି ଦେଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ବାସି ଭାତରେ ଲୁଚି ରହିଛି ଅନେକ ଆଶ୍ଚର୍ଯ୍ୟଜନକ ଫାଇଦା । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ସଂପର୍କରେ..
ବାସି ଭାତକୁ ଫିଙ୍ଗିବା ବଦଳରେ ତାକୁ ଏକ ମାଟି ପାତ୍ରରେ ସାରାରାତି ପାଣିରେ ଭର୍ତ୍ତି କରି ରଖି ଦିଅନ୍ତୁ ।
ବାସି ଭାତର ଫାଇଦା:
୧- ଯଦି ଆପଣ ନିୟମିତ ବାସୀ ଭାତ ଖାଇବେ ତାହାଲେ ଆପଣଙ୍କ ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିବ ।
୨- କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ପାଇଁ ଏହି ବାସି ଭାତ ଖୁବ୍ ସହାୟକ ହୋଇଥାଏ । ଏଥିରେ ଭରପୁର ମାତ୍ରାରେ ଫାଇବର ଥାଏ ।
୩- ଏହି ବାସି ଭାତରେ ଶକ୍ତିର ଖଣି ଲୁଚିକି ରହିଥାଏ । ଏହାକୁ ଖାଇବା ଦ୍ୱାରା ଦିନ ଯାକ କାମ କରିବା ପାଇଁ ଶକ୍ତି ମିଳେ ।
୪- ଯଦି ଆପଣଙ୍କର ଅଲ୍ସର ସମସ୍ୟା ଅଛି ତେବେ ସପ୍ତାହକୁ ତିନି ଥର ବାସି ଭାତ ଖାଆନ୍ତୁ । ବହୁତ ଶୀଘ୍ର ଅଲ୍ସର ସମସ୍ୟା ଦୂର ହୋଇଯିବ ।
୫- ଏହାବ୍ୟତୀତ ଯେଉଁ ବ୍ୟକ୍ତି ଚା’ ଏବଂ କଫି ଅଭ୍ୟାସକୁ ଛାଡିବାକୁ ଚାହୁଁଛନ୍ତି ତେବେ ସେଥିପାଇଁ ବାସି ଭାତ ଖାଇବା ଆରମ୍ଭ କରି ଦିଅନ୍ତୁ ।
୬- ଏହି ବାସୀ ଭାତରୁ ଅନେକ ଜରୁରୀ ମିନେରାଲସ୍ ମିଳିଥାଏ ।