ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ତେନ୍ତୁଳି ନାଁ ନେବା ଦ୍ୱାରା ପାଟିରୁ ପାଣି ଆସି ଯାଇଥାଏ । ଏହା ସ୍ୱାଦରେ ଖଟା ଓ ମିଠା ଲାଗେ । ଏହାକୁ ମୁଖ୍ୟତଃ ଗୁପଚୁପ୍ ର ଖଟାପାଣିରେ ବ୍ୟବହାର କରାଯାଇଥାଏ । ଏହାସହିତ ତେନ୍ତୁଳିକୁ ଚଟଣୀ ମଧ୍ୟ କରାଯିବା ସହ ଖଟା ଜତୀୟ ଖାଦ୍ୟରେ ବ୍ୟବହାର କରାଯାଇଥାଏ । ଖାସ୍ ଦକ୍ଷୀଣ ଭାରତରେ ତେନ୍ତୁଳିକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ । ଏହା ସ୍ୱାଦିଷ୍ଟ ସାଙ୍ଗକୁ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । ଏଥିରେ ଆଣ୍ଟିସେପ୍ଟିକ ଗୁଣ ରହିଛି । ଯାହାକୁ ସେବନ କରିବା ଦ୍ୱାରା ଖୁବ୍ ଫାଇଦା ହୋଇଥାଏ ।
ମଣିଷ ଶରୀରର ବିକାଶ ପାଇଁ ତେନ୍ତୁଳିରେ ଅନେକ ପ୍ରକାରର ପୋଷକ ତତ୍ୱ ରହିଛି । ଏଥିରେ ସବୁଠାରୁ ୃଅଧିକ ଭିଟାମିନ୍ ସି ଏବଂ ଏ ମିଳିଥାଏ । ଏହି ପୋଷକ ତତ୍ୱ ଦ୍ୱାରା ଶରୀରରେ ଚକ୍ଷୁ ସମସ୍ୟା, ଥଣ୍ଡା-କାଶ ଏବଂ ଦଣ୍ଡିସ ରୋଗର ଚିକିତ୍ସାରେ ସହାୟକ ହୋଇଥାଏ । ଏହାସହିତ ଓଜନ କମାଇବାରେ ତେନ୍ତୁଳି ଉପଯୋଗୀ ହୋଇଥାଏ ।
ଶରୀରର ବିକାଶ ପାଇଁ ପ୍ରଥମ ପାଚନ ତନ୍ତ୍ର ସଠିକ ରହିବା ଆବଶ୍ୟକ । ସେଥିପାଇଁ ତେନ୍ତୁଳିକୁ ନିୟମିତ ସେବନ କରିବା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟାରେ ସୁଧାର ଆସିଥାଏ । ତେନ୍ତୁଳିରେ କ୍ୟାଲସିୟମ, ଫସଫରସ, ଆୟରନ, ପୋଟାସିୟମ, ମାଙ୍ଗାନିଜ ଏବଂ ଫାଇବର ଭଳି ଖଣିଜ ତତ୍ୱ ରହିଥାଏ । ତେନ୍ତୁଳିର ବ୍ୟବହାର ଦ୍ୱାରା ପାଚନ, କୋଷ୍ଠକାଠିନ୍ୟ, ପେଟ ସମସ୍ୟାରୁ ଛୁଟକାରା ମିଳିଥାଏ ।
ତେନ୍ତୁଳି ରସରେ ହାଇଡ୍ରକ୍ସିଲ ଏସିଡ ପ୍ରଚୁର ପରିମାଣର ରହିଛି । ଏହି ଏସିଡ ଶରୀରରେ ନିର୍ମାଣ ହେଉଥିବା ଚର୍ବିକୁ କମାଇବାର ସହାୟକ ହୋଇଥାଏ । ଯାହାଫଳରେ ଶରୀରର ଓଜନ ହ୍ରାସ ହୋଇଥାଏ ।
ଏହାସହିତ ତେନ୍ତୁଳି ରସ ଦ୍ୱାରା ଶରୀରରେ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ର ମାତ୍ରା କମ ହୋଇଥାଏ । ଏହି ରସ ଏଲଡିଏଲ କୁ କମ କରି ଆଣ୍ଟିଅକ୍ସିଡେଣ୍ଟର ସ୍ତରକୁ ବଢାଇଥାଏ । ତେନ୍ତୁଳରେ ଥିବା ଭିଟାମିନ ସି ଶରୀରରେ ଆଣ୍ଟିଅକ୍ସିଡେଣ୍ଟ ଭଳି କାମ କରିଥାଏ । ଯାହାଦ୍ୱାରା ହୃଦରୋଗ ସମ୍ବନ୍ଧୀୟ ସମସ୍ୟାର ପ୍ରଭାବ କମ ହୋଇଥାଏ ।