ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୁନିଆରେ ଅଧିକାଂଶ ବ୍ୟକ୍ତି ଉଚ୍ଚ ରକ୍ତଚାପ ଜନୀତ ରୋଗରେ ପୀଡିତ । ଏହି ରୋଗର ଚିକିତ୍ସା ପାଇଁ ଲୋକେ ଭିନ୍ନ ଭିନ୍ନ ଔଷଧ ସେବନ କରିଥାନ୍ତି । କିନ୍ତୁ ତରଭୂଜ ଏକ ଏଭଳି ଫଳ ଯାହାଦ୍ୱାରା ଆପଣଙ୍କ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ଉଚ୍ଚ ରକ୍ତଚାପ ସହ ମୁକାବିଲା କରିବା ପାଇଁ ତରଭୂଜ ଏକ ସ୍ୱାଦିଷ୍ଟ ଏବଂ ସୁସ୍ଥ ଉପାୟ ହୋଇ ପାରିବ । ତରଭୂଜରେ ପାଣିର ମାତ୍ରା ଅଧିକ ରହିଥାଏ ।
ଏହାସହିିତ ତରଭୂଜ ଅକ୍ସିଡେଟିଭ୍ ହୋଇଥିବାରୁ ମାନସିକ ଚିନ୍ତା କମ କରିବାରେ ସହାୟକ ହୋଇଥାଏ । ଏହାବ୍ୟତିତ ତରଭୂଜରେ ଏମିନୋ ଏସିଡ୍ ରହିଥିବାରୁ ଏହା ବ୍ଲଡ ଫ୍ଲୋକୁ ଭଲ ରଖିଥାଏ ଏବଂ ହାର୍ଟକୁ ସୁସ୍ଥ ରଖିଥାଏ ।
କିନ୍ତୁ ସବୁଠାରୁ ବଡ କଥା ହେଲା କେବେ ବି ଖାଲି ପେଟରେ ତରଭୂଜଜ ସେବନ କରିବେ ନାହିଁ ।