ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ କଦଳୀ ଖାଇ ତାର ଚୋପାକୁ ନିଶ୍ଚିତ ଭାବେ ଫିଙ୍ଗି ଦେଉଥିବେ । କିନ୍ତୁ ଆପଣ ଜାଣିଛନ୍ତି କି କଦଳୀ ଚୋପାର ଉପାକାରୀତା ବିଷୟରେ । ଏହାର ଫାଇଦା ଜାଣିଲା ପରେ ଆପଣ ଏହି କଦଳୀ ଚୋପାକୁ ବିଲକୁଲ ଫିଙ୍ଗିବେ ନାହିଁ । ତେବେ ଆସନ୍ତୁ ଜାଣିବା..
– ଯଦି ଆପଣଙ୍କ ଦାନ୍ତ ଚମକ ଦିଶୁ ନାହିଁ ତେବେ ଆପଣ କଦଳୀ ଚୋପା ବ୍ୟବହାର କରି ପାରିବେ । ସେଥିପାଇଁ କଦଳୀ ଚୋପାକୁ ଦାନ୍ତରେ ଘଷନ୍ତୁ । ଦିନକୁ ୨ ରୁ ୩ ଥର ଏଭଳି କରିବା ଦ୍ୱାରା ଦାନ୍ତର ଚମକ ପଣ ଫେରି ଆସିଥାଏ ।
– ବେଳେ ବେଳେ ଜନ୍ଦା ପିମ୍ପୁଡି କାମୁଡିବା ଦ୍ୱାରା ତ୍ୱଚା ଲାଲ ହୋଇ ଫୁଲି ଯାଇଥାଏ । ସେଥିପାଇଁ ସେହି ସ୍ଥାନରେ କଦଳୀ ଚୋପାକୁ ଧୀରେ ଧୀରେ ଘଷନ୍ତୁ । ଏଭଳି କରିବା ଦ୍ୱାରା ଦରଜ କମିବା ସହ ଦାଗ ମଧ୍ୟ ଦୂର ହୋଇଥାଏ ।
– କଦଳୀ ଚୋପାକୁ ମୁହଁରେ ଘଷିବା ଦ୍ୱାରା ତ୍ୱଚାକୁ ପୋଷକ ତତ୍ୱ ମିଳିବା ସହ ତ୍ୱଚା ଚମକି ଥାଏ ।
– ଯଦି ଆପଣଙ୍କ ତ୍ୱଚାରେ ଥିବା କୌଣସି ଦାଗ ପାଇଁ ଚିନ୍ତିତ ଅଛନ୍ତି, ତେବେ ନିୟମିତ କଦଳୀ ଚୋପାକୁ ସେହି ଦାଗରେ ଘଷନ୍ତୁ ।
– କଦଳୀ ଚୋପା ଦ୍ୱାରା ଆପଣ ଲେଦର ଜୋତା ସଫା କରି ପାରିବେ ।
Kaliabehera
Nice
Deepak samal
Thank you