ଭୁବନେଶ୍ୱର (ଏଟିଆର ବ୍ୟୁରୋ):ମଣିଷ ଶରୀରର ଭିନ୍ନ ଭିନ୍ନ ସ୍ଥାନରେ କଳା ଜାଈ ଦେଖିବାକୁ ମିଳିଥାଏ । ପ୍ର୍ରତେକ କଳା ଜାଈର ପୃଥକ ପୃଥକ କାରଣ ରହିଥାଏ । ତେବେ ଆପଣମାନେ କେବେ ଜାଣିବାକୁ ଚାହିଁଛନ୍ତି କି? ଶରୀରରେ କଳା ଜାଈର ରହସ୍ୟ କ’ଣ ହୋଇପାରେ? ତେବେ ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗରେ କଳା ଜାଈ ଥିଲେ କ’ଣ ହେବ ।
ହାତରେ ଥିବା କଳା ଜାଈ: ଯଦି ଆପଣଙ୍କ ହାତରେ କଳା ଜାଈ ଅଛି ତେବେ ଆପଣ ଖୁବ୍ ଭାଗ୍ୟଶାଳୀ । ଏହି ବ୍ୟକ୍ତି ଭଲ ଜୀବନସାଥୀଟିଏ ପାଇବା ସହିତ ଜୀବନରେ ଖୁବ୍ ଉନ୍ନତି କରିଥାନ୍ତି । ଏଭଳି ବ୍ୟକ୍ତିଙ୍କ ପାଖରେ କଦାପି ଧନର ଅଭାବ ନଥାଏ ।
କହୁଣିରେ ଥିବା କଳା ଜାଈ: କହୁଣି ମଝିରେ କଳା ଜାଈ ଥିଲେ ଏହି ବ୍ୟକ୍ତି ଆରମ୍ଭରୁ ସାମାନ୍ୟ ଅସୁବିଧାରେ ପଡିଥାନ୍ତି । ତାପରେ ଧିରେ ଧିରେ ଉନ୍ନତି କରିଥାନ୍ତି ।
ନାଭି ପାଶ୍ୱର୍ରେ ଥିିବା କଳା ଜାଈ: ଯେଉଁ ସ୍ତ୍ରୀ ଲୋକଙ୍କର ନାଭି ପାଖରେ କଳା ଜାଈ ଥାଏ ସେମାନେ ସବୁବେଳେ ତାଙ୍କ ସ୍ୱାମୀଙ୍କୁ ଭଲ ପାଇବା ଦେଇଥାନ୍ତି । ଏବଂ କଦାପି ଧୋକା ଦେଇ ନଥାନ୍ତି ।
କାନ ଭିତରେ କଳା ଜାଈ: ବହୁତ କମ ଲୋକଙ୍କର କାନ ଭିତରେ କଳା ଜାଈ ଦେଖିବାକୁ ମିଳିଥାଏ । ଏହିଭଳି ପୁରୁଷଙ୍କୁ ସୁନ୍ଦର ଜୀବନସାଥୀ ମିଳିଥାନ୍ତି । ଏହା ବ୍ୟତୀତ ତାଙ୍କୁ ସବୁବେଳେ ପାରିବାରିକ ସହଯୋଗ ମିଳିଥାଏ । ଏମାନଙ୍କ ଠାରେ କେବେ ହେଲେ ଧନର ଅଭାବ ନଥାଏ ।