ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ସମସ୍ତେ କ୍ୟାପ୍ସିକମ୍ ବିଷୟରେ ଜାଣିଥିବେ । ଏହା ସାଧାରଣତଃ ଖାଦ୍ୟ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହାର ଲାଭକାରୀ ଗୁଣ ବିଷୟରେ? ଯଦି ନା ତେବେ ଆସନ୍ତୁ ଜାଣିବା ।
– କାସ୍ପିକମ୍ ହାର୍ଟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଏହାକୁ ସେବନ କରିବା ଦ୍ୱାରା ହାର୍ଟର ଧମନି କଦାପି ବନ୍ଦ ହୁଏ ନାହିଁ । କାରଣ ଏଥିରେ କୋଲେଷ୍ଟ୍ରଲ ମାତ୍ରା ବହୁତ କମ ଥାଏ । ଫଳରେ ହାର୍ଟ ସର୍ବଦା ସୁସ୍ଥ ରହିଥାଏ ।
– ପେଟ ଦରଜ, ଗ୍ୟାସ ଏବଂ କୋଷ୍ଟକାଠିନ୍ୟ ଭଳି ସମସ୍ୟାରୁ ମ୍ୁକ୍ତି ଦେଇଥାଏ କ୍ୟାପ୍ସିକମ୍ ସେବନ ।
– କର୍କଟ ଭଳି ମାରାତ୍ମକ ରୋଗରୁ ରକ୍ଷା କରିଥାଏ କ୍ୟାପ୍ସିକମ୍ । ଏଥିରେ ଏଭଳି ଗୁଣ ରହିଛି ଯାହା କର୍କଟ କଣିକାକୁ ନଷ୍ଟ କରିବାରେ ସାହାର୍ଯ୍ୟ କରିଥାଏ । ସେଥିପାଇଁ ସର୍ବଦା କ୍ୟାପ୍ସିକମ୍ ଖାଇବା ଉଚିତ୍ ।
– କ୍ୟାପ୍ସିକମ୍ ଖାଇବା ଦ୍ୱାରା ହାଡ ମଜବୁତ ରହିଥାଏ ।