ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଘରର ହାଣ୍ଡିଶାଳେ ଅଦା ଉପଲବ୍ଧ । ଏହାକୁ ଖାଦ୍ୟର ସ୍ୱାଦ ବଢାଇବାଠୁ ନେଇ ଜର ଥଣ୍ଡା କାଶ ଆଦିରେ ବ୍ୟବହାର କରାଯାଇଥାଏ । ଏହାକୁ ଆପଣ ଯେକୌଣସି ଉପାୟରେ ସେବନ କରିପାରନ୍ତି । କିନ୍ତୁ ଆପଣ ଅଦାର ଜୁସ୍ ପିଇଛନ୍ତି କି? ଏହି ଜୁସ୍ ରେ ରହିଛି ଶରୀରର ବିଭିନ୍ନ ରୋଗକୁ ଲଢିବାର ଶକ୍ତି । ତେବେ ଆସନ୍ତୁ ଜାଣିବା ଏହାଦ୍ୱାରା କି କି ପ୍ରକାରର ଲାଭ ପାଇ ପାରିବେ ।
– ଯେଉଁ ବ୍ୟକ୍ତିଙ୍କୁ ଆଣ୍ଠୁ ଗଣ୍ଠି ଦରଜ ସମସ୍ୟା ରହିଛି । ସେମାନେ ଏହି ଅଦା ଜୁସ୍ ପିଇବା ଦ୍ୱାରା ଆଣ୍ଠୁ ଗଣ୍ଠି ସମସ୍ୟା ଚୁଟ୍କିରେ ଦୂର ହୋଇଥାଏ ।
– ଏକ ଗବେଷଣା ଅନୁଯାୟୀ ମହିଳାମାନଙ୍କ ର ମାସିକ ଧର୍ମ ସମୟରେ ହେଉଥିବା ଯନ୍ତ୍ରଣାକୁ କମ୍ କରିବାରେ ସହାୟକ ହୋଇଥାଏ ଅଦା ଜୁସ୍ ।
– ଅଦା ଜୁସ୍ ପିଇବା ଦ୍ୱାରା କର୍କଟ ରୋଗ ଭଲ ହେବାର ସମ୍ଭାବନା ରହିଛି । କାରଣ ଅଦା କର୍କଟ ସେଲ୍ସକୁ ବଢାଇବାକୁ ଦେଇନଥାଏ ।
– ଯଦି ଆପଣଙ୍କର ବ୍ଲଡ ସୁଗାର ମାତ୍ରା ବଢିଯାଇଛି ତେବେ ନିୟମିତ ଅଦା ଜୁସ୍ ପିଅନ୍ତୁ । ଏହା ଆପଣଙ୍କ ବ୍ଲଡ ସୁଗାର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ ।
– ଯଦି କୌଣସି ବ୍ୟକ୍ତିଙ୍କ କୋଲେଷ୍ଟ୍ରଲର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି, ତେବେ ସେହି ବ୍ୟକ୍ତିଙ୍କୁ ଅଦା ଜୁସ୍ ପିଇବା ଉଚିତ୍ ।