ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଖରା ଦିନେ ଖାଦ୍ୟ ଏବଂ ପାନୀୟ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ୍, କାରଣ ସଠିକ୍ ଆହାର ଦ୍ୱାରା ଶରୀର ସୁସ୍ଥ ରହିବ । ବିଶେଷ କରି ଖରା ଦିନେ ଶରୀରରୁ ପାଣିର ମାତ୍ରା କମି ଯାଏ ଯାହାଫଳରେ ଡିହାଇଡ୍ରେସନ ହେବାର ଆଶଙ୍କା ଅଧିକ ଥାଏ । ସେଥିପାଇଁ ପ୍ରତ୍ୟେକ ଦିନ ହାରାହାରି ୮-୧୦ ଗ୍ଲାସ ପାଣି ପିଅନ୍ତୁ । ଏହାବ୍ୟତିତ ଫଳ ତଥା କଞ୍ଚା ପରିବା ସେବନ କରିବା ଉଚିତ୍ । ଯାହାଦ୍ୱାରା ଶରୀରରେ ପାଣିର ଅଭାବ ଦେଖାଯିବ ନାହିଁ । ତେବେ ଆଜି ଆମେ ଏଭଳି କିଛି ସବୁଜ ପନି ପରିବା ବିଷୟରେ କହିବାକୁ ଯାଉଛୁ ତାକୁ ଖରା ଦିନେ ନିହାତି ଖାଇବା ଆବଶ୍ୟକ ।
– ଖରା ଦିନେ ଲାଉ ଜୁସ୍ ପିଇବା ଦ୍ୱାରା କିମ୍ବା ଲାଉ ଖାଇବା ଦ୍ୱାରା ବହୁତ ଲାଭ ମିଳିଥାଏ । ଲାଉରେ ସୋଡିୟମ ଅଧିକ ମାତ୍ରାରେ ଥାଏ ଯାହା ପେଟର ଅନ୍ୟକ ସମସ୍ୟାକୁ ଦୂର କରେ । ଏହାଦ୍ୱାରା ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ ।
– ପାଳଙ୍ଗ ରେ ଆଇରନ୍,କ୍ୟାଲଶିୟମ, ଭିଟାମିନ୍ସ ତଥା ମିନେରାଲ୍ସ ଥାଏ, ଯାହା ଶରୀରରେ ପାଣିର ଅଭାବକୁ ପୂରଣ କରିଥାଏ । ଖରାଦିପେ ପାଳଙ୍ଗ ଖାଇବା ଦ୍ୱାରା ଏହା ଶରୀର ପାଇଁ ଉପଯୋଗୀ ହୋଇଥାଏ ।
– କାକୁଡିରେ ୯୫ ପ୍ରତିଶତ ପାଣି ଥାଏ ସେଥିପାଇଁ ଖରାଦିନେ କାକୁଡି ଖାଇବା ବହୁତ ଲାଭକାରୀ ହୋଇଥାଏ । ଏହାବ୍ୟତିତ କାକୁଡିରେ ମ୍ୟାଗ୍ନେସିୟମ, ପୋଟାସିୟମ ଏବଂ ଫାଇବର ଥାଏ ଯାହା ଶରୀରର ତାପମାତ୍ରା ସଠିକ୍ ରଖିଥାଏ ଏବଂ ଏହାଦ୍ୱାରା ରକ୍ତଚାପ ମଧ୍ୟ ସନ୍ତୁଳିତ ରଖିଥାଏ ।
– ବିନ୍ସ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିଥାଏ । ଏଥିରେ ଓମେଗା-୩ ତଥା ଫାଇବର ଅଧିକ ମାତ୍ରାରେ ଥାଏ, ଯାହା ହାର୍ଟକୁ ସୁସ୍ଥ ରଖେ ଏବଂ ଏହାସହିତ ଜଡିତ ସମସ୍ୟାକୁ ଦୂର କରେ ।
– ପ୍ରତ୍ୟେକ ଋତୁରେ କଖାରୁ ବଜାରରେ ଉପଲବ୍ଧ ଥାଏ । କଖାରରୁ ପୋଟାସିୟମ ତଥା ଫାଇବର ଥାଏ ଯାହା ଚର୍ମ ପାଇଁ ଉପକାରୀ । ଖରା ଦିନେ କଖାରୁ ଖାଇବା ଦ୍ୱାରା ରକ୍ତଚାପ ଠିକ୍ ରହିଥାଏ ।
– ସିମଲା ଲଙ୍କା ରେ ଭିଟାମିନ୍ ଏ, ସି ଏବଂ ବିଟା କ୍ୟାରୋଟିନ୍ ଥାଏ, ଯାହା ଶରୀରରେ କୋଲେଷ୍ଟ୍ରଲ ବଢିବାରେ ରୋକିଥାଏ । ଏହାକୁ ଖାଇବା ଦ୍ୱାରା ହୃଦରୋଗ,ମୋତିଆବିନ୍ଦୁ ତଥା ଆସ୍ଥମା ଭଳି ରୋଗରୁ ଉପଶମ ମିଳିଥାଏ ।