ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ଦେଶ ବର୍ତ୍ତମାନ ପ୍ଳାଷ୍ଟିକ ଆବର୍ଜନା ସମସ୍ୟା ସହିତ ଲଢୁଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଲୋକଙ୍କୁ ସଚେତନ କରିବାକୁ ଯାଇ ନୂଆ ବର୍ଷରେ ଗିଫ୍ଟ ଦେବାର ନୂଆ ଆଇଡିଆ ଦେଇଛନ୍ତି ।
ନୂଆ ବର୍ଷରେ ସାଙ୍ଗସାଥୀଙ୍କୁ ଉପହାର ଦେବା ସମୟରେ ପ୍ଲାଷ୍ଟିକ୍ ସାମଗ୍ରୀର ବ୍ୟବହାର କମ୍ କରିବା ପାଇଁ ପରାମର୍ଶ ଦେଇଛି ବିଏମସି । ତେଣୁ ନୂଆ ବର୍ଷରେ ଗଛ, ବହି ଓ ସ୍ଥାନୀୟ ହସ୍ତକଳା ଓ ହସ୍ତଶିଳ୍ପ ଉପହାର ଦେବାକୁ ଆହ୍ୱାନ ଦେଇଛି ବିଏମସି ।
ଏହା ଦ୍ୱାରା ପ୍ଳାଷ୍ଟିକ୍ ଆବର୍ଜନା କମ ହେବା ସହିତ ଭୁବନେଶ୍ୱର ସଫା ଓ ସ୍ୱଛ ରହିପାରିବ । ଏହା ଆମ ସାମଗ୍ରିକ ଦାୟିତ୍ୱ ବୋଲି ମଧ୍ୟ ବିଏମସି କହିଛି ।