ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବର୍ତ୍ତମାନ ସମୟରେ ଭୟଙ୍କର ରୂପ ନେଉଛି କର୍କଟ ରୋଗ । ଠିକ୍ ସମୟରେ ରୋଗ ନ ଚିହ୍ନିଲେ ଜୀବନ ଚାଲିଯିବାର ସମ୍ଭାବନା ମଧ୍ୟ ରହିଛି । ଏବେ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ପିଲାଠୁ ବୁଢା ଯାଏଁ ସମସ୍ତେ ଏହି ରୋଗର ଶିକାର ହେଉଛନ୍ତି । ଫଳରେ ଚାଲି ଯାଉଛି ବହୁ ମୂଲ୍ୟବାନ ଜୀବନ । ଆରମ୍ଭରୁ କର୍କଟ ରୋଗର ଲକ୍ଷଣ ଚିହ୍ନଟ କରିବା ସମ୍ଭବ ହୋଇନଥାଏ । କିନ୍ତୁ ଆଜି ଆପଣଙ୍କୁ ଏପରି କିଛି ଲକ୍ଷଣ ସଂପର୍କରେ କହିବୁ ଯାହା ଆପଣଙ୍କୁ ସାଧାରଣ ଲାଗିପାରେ । କିନ୍ତୁ ଏହି ସାଧାରଣ ଲକ୍ଷଣ କୁ ଚିହ୍ନଟ କରିପାରିଲେ ଆପଣଙ୍କର ବ୍ରେନ୍ ଟ୍ୟୁମର ହେବାର ଆଶଙ୍କା ରହିଛି କି ନାହିଁ ତାହା ଜାଣି ପାରିବେ । ଆସନ୍ତୁ ଜାଣିବା ବ୍ରେନ୍ ଟ୍ୟୁମରର କାରଣ ଓ ଲକ୍ଷଣ ସଂପର୍କରେ
କିପରି ହୋଇଥାଏ ବ୍ରେନ୍ ଟ୍ୟୁମର
ବ୍ରେନ୍ ଟ୍ୟୁମର ହେଲେ ମସ୍ତିଷ୍କର କୋଷିକା ଗୁଡିକ ଆବଶ୍ୟକଠାରୁ ଅଧିକ ମାତ୍ରାରେ ବଢିବାକୁ ଲାଗେ । ଏହାଫଳରେ ଆଖପାଖରେ ଥିବା କୋଷିକା ଗୁଡିକ ନଷ୍ଟ ହୋଇଯାଏ । ବ୍ରେନ୍ ଟ୍ୟୁମର ସାଧାରଣତଃ ଦୁଇ ପ୍ରକାର
୧ ପ୍ରାଇମେରୀ ବ୍ରେନ୍ ଟ୍ୟୁମର
ମସ୍ତିଷ୍କର ଯେଉଁ ଅଙ୍ଗରେ କର୍କଟ ରୋଗ ବାହାରିଥାଏ ସେହିଠାରୁ ହିଁ ପ୍ରାଇମେରୀ ବେନ୍ ଟ୍ୟୁମର ବଢିବାରେ ଲାଗେ ।
୨ ସେକେଣ୍ଡାରୀ ବ୍ରେନ୍ ଟ୍ୟୁମର
କର୍କଟ ରୋଗ ଶରୀରର ଗୋଟିଏ ଅଙ୍ଗରୁ ଆରମ୍ଭ ହୋଇ ଧୀରେ ଧୀରେ ବିଭିନ୍ନ ଅଙ୍ଗକୁ ପ୍ରସାରିତ ହୋଇଥାଏ । ଏହା ମସ୍ତିଷ୍କ, କିଡନୀ, ହୃତପିଣ୍ଡ, ଚର୍ମ ଭଳି ଅଙ୍ଗକୁ ମାଡିଚାଲେ ।
ଲଣ୍ଡନର ଜଣେ ନ୍ୟୁରୋ ସର୍ଜନ ଏବଂ ମେଡିକାଲ ନିର୍ଦ୍ଦେଶକଙ୍କ କହିବା ଅନୁସାରେ, ବେଳେ ବେଳେ କର୍କଟ ରୋଗର ଲକ୍ଷଣ ସାମ୍ନାକୁ ଆସିଥାଏ । କିନ୍ତୁ ଏହାକୁ ଲୋକେ ଅଣଦେଖା କରିଥାନ୍ତି । କାରଣ ଏହାର ଲକ୍ଷଣ ସାଧାରଣ ଭାବେ ଲାଗିଥାଏ । ଯାହାଫଳରେ ଲୋକେ ରୋଗକୁ ଗମ୍ଭୀର ସହ ନିଅନ୍ତି ନାହିଁ ଓ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।
ବ୍ରେନ୍ ଟ୍ୟୁମରର ଲକ୍ଷଣ
ମୁଣ୍ଡ ବିନ୍ଧା
ଯଦି କୌଣସି ବ୍ୟକ୍ତିଙ୍କର ବିନା କୌଣସି କାରଣରେ ନିୟମିତ ମୁଣ୍ଡ ବିନ୍ଧୁଥାଏ ତେବେ ଏହା ବ୍ରେନ୍ ଟ୍ୟୁମରର ଆଶଙ୍କା କରାଯାଇପାରେ । ଲଣ୍ଡନର ନ୍ୟୁରୋଲୋଜିଷ୍ଟଙ୍କ କହିବା ଅନୁସାରେ ବ୍ରେନ୍ ଟ୍ୟୁମର ଥିଲେ ସକାଳ ସମୟରେ ମୁଣ୍ଡ ବିନ୍ଧା ଜୋରରେ ହୋଇଥାଏ ଏବଂ ସନ୍ଧ୍ୟା ସମୟରେ ଧୀରେ ଧୀରେ କମିଯାଏ । ମୁଣ୍ଡବିନ୍ଧା ଯୋଗୁଁ ଆପଣଙ୍କୁ ଯଦି ଅସ୍ତବ୍ୟସ୍ତ ଲାଗୁଥାଏ ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
ଚାରିଆଡ ଅନ୍ଧାର ଦିଶିବା
ଅଚାନକ୍ ଅନ୍ଧାର ଦିଶିବା , ମୁଣ୍ଡ ବୁଲାଇବା ଆଦି ବ୍ରେନ୍ ଟ୍ୟୁମରର ଆଶଙ୍କା ହୋଇପାରେ । ଏହା ସହିତ ଯଦି ବାନ୍ତି ହେଉଥାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ମସ୍ତିଷ୍କରେ ଥିବା ରସ ସହ କ୍ୟାନସର କୋଷ ମିଶିଗଲେ ଏପରି ହୋଇଥାଏ ।
ସ୍ମରଣ ଶକ୍ତି କମିଯିବା
ଯଦି କୌଣସି କଥାକୁ ମନ ରଖିପାରୁନାହାନ୍ତି ଧିରେ ଧିରେ ସ୍ମରଣ ଶକ୍ତି କମିବାକୁ ଲାଗୁଛି ତେବେ ଏହା ବ୍ରେନ୍ ଟ୍ୟୁମରର ଲକ୍ଷଣ । ଏହି ଭୟଙ୍କର ରୋଗରୁ ରକ୍ଷା ପାଇଁ ତୁରନ୍ତ ଚିକିତ୍ସା ନିହାତି ଆବଶ୍ୟକ ।