ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପିତା-ମାତା ହେବା ପ୍ରତ୍ୟେକ ପତୀ-ପତ୍ନୀଙ୍କ ସ୍ୱପ୍ନ । ଏହି ଶଦ୍ଧକୁ ପ୍ରକାଶ କରି ହେବ ନାହିଁ । ଗର୍ଭରେ ବଢୁଥିବା ପିଲାକୁ କୋଳରେ ଧରି ଖେଳେଇବା ପାଇଁ ମାତା-ପିତା ଦୁହେଁ ଖୁବ୍ ଆଗ୍ରହର ସହ ଅପେକ୍ଷା କରିଥାନ୍ତି । ଆପଣମାନେ ସମସ୍ତେ ଜାଣିଥିବେ ଯେ ଗର୍ଭବତୀ ସମୟରେ ମହିଳାମାନଙ୍କର ମସ୍ତିସ୍କରେ ବିଭିନ୍ନ ପ୍ରକାରର ବିଚାର ଆସିଥାଏ । କିନ୍ତୁ ଆପଣ ଜାଣିନଥିବେ ଯେ ପିତା ହେବାକୁ ନେଇ ପୁରୁଷଙ୍କ ମସ୍ତିସ୍କରେ ବି ଭିନ୍ନ ଭିନ୍ନ ପ୍ରକାରର ଚିନ୍ତା ଆସିଥାଏ । ତେବେ ଆସନ୍ତୁ ଜାଣିବା ଏହାର କାରଣ..
– ପତ୍ନୀ ଗର୍ଭବତୀ ହେବାକୁ ନେଇ ଗୋଟେ ପଟେ ପତୀ ଖୁସି ଅନୁଭବ କରୁଥିବା ବେଳେ,ଅନ୍ୟପଟରେ ତାଙ୍କୁ ଏକ ଭଲ ପିତା ହେବାର ଭୟ ଲାଗି ରହିଥାଏ ।
– ଛୁଆଟି ଦୁନିଆ ସାମ୍ନାକୁ ଆସିବା ପୂର୍ବରୁ ପିତା ହେବାର ଖୁସି ହେବା ସହିତ ସେ ଛୁଆର ଦାୟିତ୍ୱକୁ ନେଇ ଚିନ୍ତାରେ ରହିଥାନ୍ତି । କିଛି ପୁରୁଷମାନେ ତାଙ୍କ ଛୁଆଙ୍କ ଦାୟିତ୍ୱ ଭଲରେ ନେଇ ପାରିବେ କି ନାହିଁ, ସେ ନେଇ ଚିନ୍ତାରେ ରହିଥାନ୍ତି । ଯଦି ଆପଣଙ୍କ ମନରେ ଏଭଳି ଚିନ୍ତା ଆସୁଛି ତେବେ ଆପଣ ଚାଇଲ୍ଡ କେୟାରିଂ କ୍ଲାସ ନେଇ ପାରିବେ । ଏହା ଦ୍ୱାରା ଆପଣଙ୍କ ମନରେ ଥିବା ଚିନ୍ତା ଦୂର ହୋଇ ଯିବ ।
– ଅନେକ ପୁରୁଷ ଅଫିସ କାମ ସାରି ପାର୍ଟିରେ ମସ୍ତି କରି ଲେଟରେ ଘରକୁ ଫେରିଥାନ୍ତି । କିନ୍ତୁ ପତ୍ନୀ ଗର୍ଭବତୀ ହେବା ପରେ ତାଙ୍କର ଦାୟିତ୍ୱ ବଢି ଯାଇଥାଏ । ଏବଂ ଅଫିସ କାମ ସାରି ଶୀଘ୍ର ଘରକୁ ଫେରି ଆସିଥାନ୍ତି ।
– କିଛି ପୁରୁଷମାନେ ଏଭଳି ଚିନ୍ତାରେ ରହିଥାନ୍ତି କି ଛୁଆ ହେବା ପରେ ପତ୍ନୀଙ୍କ ସହିତ ଆଗଭଳି ମିଶି ନପାରିବା, ଛୁଆ ହଇରାଣ କରିବା ଆଦି ।
– ଏବଂ ପତ୍ନୀଙ୍କର ଡେଲିଭରୀ ପ୍ରକ୍ରିୟା ବିଷୟରେ ଭାବି କିଛି ପୁରୁଷ ଚିନ୍ତାରେ ରହିଥାନ୍ତି ।