ମୁମ୍ବାଇ (ଏଟିଆର ବ୍ୟୁରୋ): ଦୀର୍ଘ ଦିନ ପର୍ଯ୍ୟନ୍ତ ଦୀପିକାଙ୍କ ହାତରେ କୌଣସି ଭଲ ପ୍ରୋଜେକ୍ଟ ନଥିଲା, ଯେଉଁଥି ପାଇଁ ସେ ଚୁପ୍ ବସିଥିଲେ । କିନ୍ତୁ ଏବେ ଲାଗୁଛି କି ତାଙ୍କୁ ଏଭଳି ଏକ ଯବରଦସ୍ତ କାହାଣୀ ମିଳିଛି, ଯାହା ଦ୍ୱାରା ସେ ତାଙ୍କର ସୁପର ଶକ୍ତିକୁ ପ୍ରଦର୍ଶନ କରିପାରିବେ ।
ପ୍ରକୃତରେ ଦୀପିକା ତାଙ୍କ ଆଗାମୀ ଫିଲ୍ମରେ ନିଜର ସୁପର ଶକ୍ତିକୁ ପ୍ରଦର୍ଶନ କରିବା ପାଇଁ ରାଜି ହୋଇ ଯାଇଛନ୍ତି । ଏହି ଫିଲ୍ମ ପ୍ରସ୍ତୁତ କରିବା ପାଇଁ ଏକ ଷ୍ଟୁଡିଓ ପକ୍ଷରୁ ଗ୍ରୀନ୍ ସିଗନାଲ ମିଳି ସାରିଛି,ଏବଂ ଖୁବ୍ ଶୀଘ୍ର ଏହା ଘୋଷଣା କରାଯିବ ।
ସାରା ଦେଶରେ ଧୁମ୍ ମଚାଇଥିବା ହଲିଉଡ ଫିଲ୍ମ ‘ୱଣ୍ଡର ଓମେନ’ ଭଳି ଏହି ଫିଲ୍ମଟିକୁ ପ୍ରସ୍ତୁତ କରାଯିବ । ଏହା ସବୁଠାରୁ ବଡ ବଜେଟ ର ଫିଲ୍ମ ହେବ ବୋଲି ଶୁଣିବାକୁ ମିଳୁଛି । ଗତ କିଛି ଦିନ ତଳେ ରିଲିଜ୍ ହୋଇଥିବା ଫିଲ୍ମ ‘ଆଭେଞ୍ଜର ଇନଫିନିଟ୍ ୱାର’ ଏବଂ ‘ଡେଡପୁଲ’ ପାଇଁ ଭାରତରେ ଖୁବ୍ ଆୟ କରିବା ପରେ ବଲିଉଡରେ ସୁପରହିରୋ ଫିଲ୍ମ ବହୁତ ଚର୍ଚ୍ଚାରେ ରହିଛି ।
ସେଥିପାଇଁ ଯେତେବେଳେ ଦୀପିକାଙ୍କୁ ‘ୱଣ୍ଡର ଓମେନ’ହେବାକୁ ଅଫର ଆସିଲା, ସେ ଏଥିରେ ଖୁବ୍ ଉତ୍ସାହର ସହ ରାଜି ହୋଇଯାଇଥିଲେ ।