ଭୁବନେଶ୍ୱର (ଏଟିଆର ବ୍ୟୁରୋ):କଥାରେ ଅଛି ମହିଳାମାନେ ଚାହିଁଲେ ଘର ସ୍ୱର୍ଗ କିମ୍ବା ନର୍କରେ ପରିଣତ ହୋଇପାରିବ । ତା’ ଅର୍ଥ ହେଉଛି ବିବାହ ପରେ ଜଣେ ମହିଳା ଘରକୁ ଯୋଡି ପାରିବ ନଚେତ୍ ଭାଙ୍ଗି ପାରିବ । ଏହାଛଡା ଯେଉଁ ବ୍ୟକ୍ତିଙ୍କର ବୈବାହିକ ଜୀବନରେ ସ୍ଥିରତା ନାହିଁ ,ସେହି ସଂପର୍କରେ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ଏହି ଅସ୍ଥିରତାର କାରଣ କେତେବେଳେ ପୁରୁଷ ହୋଇଥାନ୍ତି ତ ଆଉ କେତେବେଳେ ମହିଳା ।
ଯେତେବେଳେ ମହିଳାଙ୍କ କଥା କୁହାଯାଏ,ସେତେବେଳେ ତାଙ୍କର ବୈବାହିକ ଜୀବନକୁ ସମ୍ଭାଳିବାର ଉପାୟକୁ ନେଇ ସାବଧାନ ରହିବା ଜରୁରୀ ।
ବୈବାହିକ ଜୀବନରେ ଫାଟକ ଏବଂ ସ୍ୱାମୀ ବରବାଦ ହେବାର ମୁଖ୍ୟ କାରଣ ହୋଇଥାନ୍ତି ମହିଳା । ବୈବାହିକ ଜୀବନରେ ମହିଳାମାନଙ୍କ ଦ୍ୱାରା ହୋଇଥିବା ଭୁଲ ଏକ ଅନୁଚ୍ଛେଦରେ ସ୍ପଷ୍ଟ କରାଯାଇଛି । ତେବେ ଆସନ୍ତୁ ଜାଣିବା ମହିଳାମାନଙ୍କର କେଉଁ ଭୁଲ ପାଇଁ ବୈବାହିକ ଜୀବନରେ ଫାଟକ ସୃଷ୍ଟି ହୋଇଥାଏ ।
ଅଧିକ ଆଶା: ଯେଉଁ ମହିଳାମାନେ ସର୍ବଦା ନିଜ ପତୀଙ୍କ ଦୁଃଖକୁ ନଦେଖି ନି ସ୍ବାର୍ଥରେ ରହିଥାନ୍ତି ଏବଂ ପରିସ୍ଥିତି ନଦେଖି ଯେତେବେଳେ ଯାହା ଇଚ୍ଛା ମାଗିଥାନ୍ତି । ସବୁବେଳେ ଅଧିକ ଆଶାରେ ରହିଥାନ୍ତି । ସେହି ମହିଳାମାନଙ୍କ ବିବାହରେ ଫାଟକ ସୃଷ୍ଟି ହୋଇଥାଏ ।
ନକରାତ୍ମକ ଅଭିବ୍ୟକ୍ତି: ଜାଣିଶୁଣି ସମସ୍ତଙ୍କ ସାମ୍ନାରେ ପତୀଙ୍କୁ ଦୁର୍ବ୍ୟବହାର କରିବା । ଏବଂ ପ୍ରତ୍ୟେକ କ୍ଷେତ୍ରରେ ହଇରାଣ କରିବା । ଏଭଳି କରିବା ଦ୍ୱାରା ପତୀଙ୍କ ଭିତରେ ଏକ ଚିଡ୍ ଚିଡା ପଣ ଦେଖିବାକୁ ମିଳିଥାଏ । ଏହାଦ୍ୱାରା ସଂପର୍କରେ ଫାଟକ ସୃଷ୍ଟି ହୋଇଥାଏ ।
ପତୀଙ୍କ ସହ ଖୁସିରେ ନରହିବା: ଯେଉଁ ମହିଳା ନିଜ ପତୀଙ୍କ ସୁଖରେ ଖୁସି ନଥାନ୍ତି ତାହାଲେ ଜାଣିବେ ଯେ ବୈବାହିକ ସଂପର୍କ ମଧ୍ୟରେ ବିଚ୍ଛେଦ ଆସିଯାଇଛି ।
ପତୀଙ୍କ ସହିତ ଅନ୍ତରଙ୍ଗ ନହେବା: ବେଳେ ବେଳେ ମହିଳାମାନେ ନିଜ ସ୍ୱାମୀଙ୍କ ଠାରୁ ଦୂରେଇ ରହିଥାନ୍ତି । ଯେତେ ଯାହା କଲେ ବି ସେ ଅନ୍ତରଙ୍ଗ ହୁଅନ୍ତି ନାହିଁ । ଏହାଦ୍ୱରା ପତୀ-ପତ୍ନୀଙ୍କ ମଧ୍ୟରେ ବାରମ୍ବାର ଝଗଡା ହୋଇଥାଏ । ଏବଂ ଧିରେ ଧିରେ ଫାଟକ ସୃଷ୍ଟି ହୁଏ ।