ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶରୀରର ସବୁଠାରୁ ସମ୍ବେଦନଶୀଳ ଅଙ୍ଗ ହେଉଛି କାନ । ଏହା ଶରୀରର ଏଭଳି ଏକ ଅଂଶ ଯାହାକୁ ଆପଣ ବିଶେଷ ଧ୍ୟାନ ଦେଇନଥାନ୍ତି । କିନ୍ତୁ ଅଚାନକ୍ କାନ ଦରଜ ହେବା ପରେ ହିଁ କାନର ଯତ୍ନ ନେବା ପାଇଁ ଚିନ୍ତା କରିଥାନ୍ତି । ଅନେକ ଥର ବ୍ୟାକ୍ଟେରିଆଲ ଇନଫେକ୍ସନ କାରଣରୁ କାନ ଦରଜ ହୋଇଥାଏ ।
ଏହି ଇନଫେକ୍ସନ କାନର ବାହ୍ୟ ଅଂଶକୁ ପ୍ରଭାବିତ କରିନଥାଏ । ବରଂ ଏହା କାନର ଆଭ୍ୟନ୍ତରୀଣ ଅଂଶକୁ ପ୍ରଭାବିତ କରେ । ବୟସ୍କ ଲୋକଙ୍କ ଅପେକ୍ଷା ଛୋଟ ପିଲାଙ୍କ ଠାରେ ଏହି ଇନଫେକ୍ସନ ଅଧିକ ଦେଖିଯାଇଥାଏ । କାରଣ ଛୋଟ ପିଲାଙ୍କ କାନ କୋମଳ ଥାଏ ଯେଉଁଥିପାଇଁ ସଠିକ୍ ଭାବେ ସଫା ହୋଇପାରିନଥାଏ । ସେଥିପାଇଁ ସର୍ବଦା ପିଲାଙ୍କ କାନ ଇନଫେକ୍ସନ ହୋଇଥାଏ । ଆଜି ଆମେ ଆପଣଙ୍କୁ କାନ ଇନଫେକ୍ସନ ହେବାର କାରଣ, ଲକ୍ଷଣ ଏବଂ ଉପଚାର ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା..
କାରଣ:
– ବାରମ୍ବାର ଉଚ୍ଚ ସ୍ୱରରେ ସଙ୍ଗୀତ ଶୁଣିବା
– କାନରେ କୌଣସି ପୋକ ପସିବା
– ଗାଧୋଇବା ସମୟରେ କାନରେ ପାଣି ପସି ଯିବା
– ଏରୀର ଦୁର୍ବଳ ରହିବା
– ନିଶ୍ୱାସ ନେବାରେ ଅସୁବିଧା ହେଲେ ମଧ୍ୟ କାନ ଇନଫେକ୍ସନ ହୋଇଥାଏ ।
ଲକ୍ଷଣ:
– କାନ ଦରଜ ହେବା
– ଜ୍ୱର ହେବା
– ବାରମ୍ବାର ମୁଣ୍ଡ ବ୍ୟଥା
– ଅଳ୍ପ ଶୁଣା ଯିବା
– ମୁଣ୍ଡ ବୁଲାଇବା
ଉପଚାର:
– କାନ ସଫା ରଖନ୍ତୁ
– ଇୟର ଡ୍ରପ୍ ବ୍ୟବହାର କରନ୍ତୁ
– ଛୋଟ ପିଲାଙ୍କୁ ନ୍ୟୁମୋକୋକଲ ଟିକା ନିହାତି ଦିଅନ୍ତୁ
– ଧୂମ୍ରପାନ ଠାରୁ ଦୂରେଇ ରୁହନ୍ତୁ
– ଥଣ୍ଡା ଜ୍ୱର ସମୟରେ ବେଶି ବାହାରକୁ ଯାଆନ୍ତୁ ନାହିଁ ।