ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୌଣସି ଔଷଧଠାରୁ କମ ନୁହେଁ ନିମ୍ବ । ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ନିମ୍ବର ବ୍ୟବହାର ସଫଳ ହୋଇଥାଏ । ନିମ୍ବ ଏଭଳି ଏକ ବୃକ୍ଷ । ଯାହାର ପ୍ରତ୍ୟେକ ଅଂଶ ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । ନିମ୍ବର ପତ୍ର, ଫୁଲ, ମଂଜି, ଫଳ, ଛାଲ ଆଦି ବିଭିନ୍ନ ରୋଗକୁ ଦୂର କରିବା ପାଇଁ ଉପଯୋଗ କରାଯାଇଥାଏ ।
ସେହିପରି ଆଜି ଆମେ ଆପଣଙ୍କୁ ନିମ୍ବ ପତ୍ର ଚୋବାଇବାର ଫାଇଦା ବିଷୟରେ କହିବାକୁ ଯାଉଛୁ । ଆୟୁର୍ବେଦ ଅନୁସାରେ ନିମ୍ବ ପତ୍ର ନ୍ୟୁରୋମସ୍କୁଲାର ବ୍ୟାଧି ସନ୍ତୁଳିତ କରିବାରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ।
ନିମ୍ବ ପତ୍ରରେ ଆଣ୍ଟିମାଇକ୍ରୋବିୟଲ, ଆଣ୍ଟିଭାଇରାଲ ଏବଂ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଭରପୁର ହୋଇ ରହିଛି । ସେଥିପାଇଁ ନିମ୍ବ ପତ୍ରକୁ ଚୋବାଇବା ଦ୍ୱାରା ପ୍ରତିରକ୍ଷା ପ୍ରଣାଳୀ ମଜବୁତ ହୋଇଥାଏ । ଏହାଦ୍ୱାରା ସାଧାରଣ ଫ୍ଲ ଠୁ ନେଇ କର୍କଟ ବା ହୃଦରୋଗ ଭଳି ଅନେକ ରୋଗର ବିପଦ କମ ହୋଇପାରେ । ଜୀବାଣୁକୁ ନଷ୍ଟ କରିଥାଏ ନିମ୍ବ ପତ୍ର । ଏହାସହିତ ଇମ୍ୟୁନିଟି ବୁଷ୍ଟ ମଧ୍ୟ କରିଥାଏ ।
ସେହିପରି ଯକୃତ ପାଇଁ ବହୁତ ଭଲ ହୋଇଥାଏ ନିମ୍ବ ପତ୍ର । ଏହା ନାଚନକୁ ସ୍ୱଚାଳିତ ରୂପେ ବଢାଇଥାଏ । ପ୍ରତ୍ୟେକ ଦିନ ନିମ୍ବର ସେବନ ପେଟ ଭିତରେ ଥିବା ଜୀବାଣୁକୁ ମାରିଥାଏ ।
ଅନ୍ୟପଟେ ତ୍ୱଚା ପାଇଁ ଲାଭକାରୀ ହୋଇଥାଏ ନିମ୍ବ । ନିମ୍ବ ପତ୍ର ସେବନ କରିବା ଦ୍ୱାରା ବିଷାକ୍ତ ପଦାର୍ଥ ଦୂର ହୋଇଥାଏ । ଏହାଦ୍ୱାରା ରକ୍ତ ସଫା ହୋଇଥାଏ ।
ନିମ୍ବ ପତ୍ରରେ ଆଣ୍ଟିବ୍ୟାକ୍ଟେରିୟାଲ ଗୁଣ ରହିଥାଏ ଯାହାଦ୍ୱାରା ସଂକ୍ରମଣ, ଜଳାପୋଡା, ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଆଦି ଦୂର ହୋଇଥାଏ ।