ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପଇଡ ପାଣି ପିଇବା ଶରୀର ପାଇଁ ଫାଇଦା ହୋଇଥାଏ । ଯେକୌଣସି ଋତୁରେ ଏହା ଉପଲବ୍ଧ ଥାଏ । ପଇଡରେ ହାରାହାରି ୨୦୦ ମିଲିଲିଟର ପାଣି ଥାଏ, ଯାହା ଆମ ଶରୀରକୁ ସତେଜ ଅନୁଭବ କରାଇଥାଏ । ଏହାକୁ ଏକ ଲୋ-କ୍ୟାଲେରୀ ଡ୍ରିଙ୍କ ମଧ୍ୟ କହିପାରିବା । ଏହି ପାଣିରେ ଆଣ୍ଟିଅକ୍ସିଡେଣ୍ଟ, ଆମିନୋଏସିଡ, ଏଂଜାଇମ୍ସ,ବି-କମ୍ପେ୍ଲକ୍ସ ଭିଟାମିନ୍, ଭିଟାମିନ୍ ସି ଏବଂ ଅନେକ ପ୍ରମୁଖ ଲବଣ ଥାଏ । ଏହା ଅପଣଙ୍କ ସୌନ୍ଦର୍ଯ୍ୟକୁ ମଧ୍ୟ ବୃଦ୍ଧି କରାଇଥାଏ । ଏହି ପାଣି ପିଇବା ଦ୍ୱାରା ଇମ୍ୟୁନ୍ ସିଷ୍ଟମ ଭଲ ରହିଥାଏ, ଏହାସହିତ ଏଥିରେ ଥିବା ସାଇଟୋକିନିସ୍ ବର୍ଦ୍ଧିି ବୟସ ଲକ୍ଷଣକୁ ରୋକିଥାଏ । ତେବେ ଆସନ୍ତୁ ଜାଣିବା ଏହି ପଇଡ ପାଣିରେ ଆଉ ସବୁ କ’ଣ ଫାଇଦା ରହିଛି ।
– ପଇଡ ପାଣି ପିଇବା ଦ୍ୱାରା ଶରୀରରେ ପାଣିର ଅଭାବ ଦୂର ହୋଇଥାଏ । ଏହାସହିତ ଲବଣ ମାତ୍ର ବି ସନ୍ତୁଳିତ ହୋଇ ରହିଥାଏ ।
– ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିବା ପାଇଁ ପଇଡ ପାଣି ବ୍ୟବହାର କରାଯାଇଥାଏ । ଏଥିରେ ଥିବା ଭିଟାମିନ୍ ସି, ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ରକ୍ତ ଚାପକୁ ନିୟନ୍ତ୍ରିତ ରଖିବାରେ ସହାୟକ ହୋଇଥାଏ ।
– କୋଲେଷ୍ଟ୍ରଲ ଏବଂ ଫ୍ୟାଟ୍ ଫ୍ରି ହେବା ଯୋଗୁଁ ଏହା ହାର୍ଟ ପାଇଁ ଭଲ ହୋଇଥାଏ । ଏହାସହିତ ଏହାର ଆଣ୍ଟିଅକ୍ସିଡେଣ୍ଟ ଗୁଣ ବି ସର୍କୁଲେସନ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ।
– ହ୍ୟାଙ୍ଗଓଭରରୁ ରକ୍ଷା ପାଇବା ପାଇଁ ପଇଡ ପାଣି ପିଇବା ଭଲ ଉପାୟ ।
– ଡିହାଇଡ୍ରେସନ ଯୋଗୁଁ ଅଧିକ ସମୟରେ ମୁଣ୍ଡ ବ୍ୟଥା ସମସ୍ୟା ଉପୁଜି ଥାଏ, ଏହି ସମୟରେ ପଇଡ ପାଣି ପିଇବା ଦ୍ୱାରା ଏହା ଶରୀରରେ ଇଲେକ୍ଟ୍ରୋଲାଇଟସ୍ ଭଳି କାମ କରିଥାଏ । ଯାହାଫଳରେ ହାଇଡ୍ରେସନ ସ୍ତରରେ ସୁଧାର ଆସିଥାଏ ।
– ଓଜନ ହ୍ରାସ ପାଇଁ ମଧ୍ୟ ଆପଣ ପଇଡ ପାଣି ପିଇ ପାରିବେ ।