ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ଅନେକ ସମୟରେ ଶୁଣିଥିବେ ଯେଉଁ ଘରେ ସବୁବେଳେ ଝଗଡା ହୋଇଥାଏ, ସେହି ଘରର ପୁରୁଷମାନଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିନଥାଏ । କିନ୍ତୁ ଏବେ ଏକ ଗବେଷଣାରୁ ଜାଣିବାକୁ ମିଳିଲା ଯେ ଯଦି ଆପଣ ଆପଣଙ୍କ ଜୀବନସାଥୀଙ୍କ ସହିତ ସର୍ବଦା ଝଗଡା କରୁଛନ୍ତି, ତେବେ ଅପଣଙ୍କର ମସ୍ତିସ୍କ ସହିତ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଖରାପ ହୋଇଥାଏ ।
ନିକଟରେ ଅକ୍ସଫୋର୍ଡ ୟୁନିଭରସିଟିର ଏକ ଗବେଷଣାରୁ ଜାଣିବାକୁ ମିଳିଲା ଯେ, ଯଦି ଆଣ୍ଠୁଗଣ୍ଠି ବାତ ରୋଗୀ ଏବଂ ମଧୁମେୟ ରୋଗୀ ତାଙ୍କ ସାଥୀଙ୍କ ସହିତ ସବୁବେଳେ ଝଗଡା କରିଥାନ୍ତି । ତେବେ ଏହାଦ୍ୱାରା ଏହି ରୋଗ ବଢିଯାଇଥାଏ ।
ଏହି ଗବେଷଣାରେ ୧୪୫ ଜଣ ବୟସ୍କ ଆଣ୍ଠୁଗଣ୍ଠି ବାତ ରୋଗୀ ଏବଂ ୧୨୯ ଜଣ ବୟସ୍କ ମଧୁମେୟ ରୋଗୀଙ୍କୁ ନେଇ ଦୁଇଟି ଭିନ୍ନ ଗୃପ କରାଯାଇଥିଲା । ଏଥିରେ ସେହି ରୋଗୀଙ୍କ ଜୀବନସାଥୀଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ସେଥିରୁ ଜଣାପଡିଲା ଯେ ସେହି ରୋଗୀ ଜୀବନସାଥୀଙ୍କ ସହ ଝଗଡା କରୁଥିଲେ ବା ଚିନ୍ତାରେ ରହୁଥିଲେ । ଯେଉଁଥି ପାଇଁ ରୋଗଟି ବଢି ଯାଇଥିଲା ।