ରାଉରକେଲା (ଏଟିଆର ବ୍ୟୁରୋ ) ; ସ୍କୁଲ ପିଲାଙ୍କୁ ଧକ୍କା ଦେଲା ବସ । ଆହତ ହେଲେ ଦୁଇ ସ୍କୁଲ ଛାତ୍ର । ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତୀ ହେଲେ ଜଣେ ଛାତ୍ର । ଏଭଳି ଅଭାବନୀୟ ଘଟଣା ରାଉରକେଲାର ବନ୍ଧମୁଣ୍ଡା ଛକ ନିକଟରେ ଘଟିଛି । ଆଜି ସକାଳ ପ୍ରାୟ ୮ ଟା ସମୟରେ ଦୁଇଜଣ ସ୍କୁଲ ପିଲଙ୍କୁ ଏକ ବସ ଧକ୍କା ଦେଇଛି । ଏହାସହ ଜଣେ ଛାତ୍ରଙ୍କ ମା ମଧ୍ୟ ବସ ଧକ୍କାରେ ଆହତ ହୋଇଛନ୍ତି । ତେବେ ଜଣେ ଛାତ୍ରଙ୍କ ଅବସ୍ଥା ସାମାନ୍ୟ ଚିନ୍ତାଶୀଳ ଥିବା ବେଳେ ଆଉ ଜଣେ ଗୁରୁତର ହୋଇ ଆଇସିୟୁରେ ଅଛନ୍ତି । ଗୁରୁତର ହୋଇଥିବା ଛାତ୍ର ଜଣକର ନାମ ଆର୍ଯ୍ୟନ ବୋଲି ଜଣା ପଡିଛି । ତେବେ ଆହତ ହୋଇଥିବା ମହିଳା ଜଣକ ଛାତ୍ର ଆର୍ଯ୍ୟନଙ୍କ ମା ବୋଲି ଜଣା ପଡିଛି । । ସେପଟେ ଉତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ବସ କୁ ଭଙ୍ଗାରୁଜା କରିଛନ୍ତି । ଏହାର ସହ ରାସ୍ତାରେ ଟାୟାର ଜାଳିଛନ୍ତି ସ୍ଥାନୀୟ ଉତ୍ୟକ୍ତ ଲୋକେ ।ଯାହା ଫଳରେ ବନ୍ଧମୁଣ୍ଡା ଓ ରାଉରକେଲକୁ ଯାନବାହନ ଚଳାଚଳ ବନ୍ଦ ରହିଥିବା ସୂଚନା ମିଳିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024