ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଭିନ୍ନ ଖାଦ୍ୟରେ ଟମାଟର ବ୍ୟବହାର କରାଯାଇଥାଏ । ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରାଇଥାଏ । ଏହାସହିତ କିଛି ଲୋକ ଅଛନ୍ତି ଯେଉଁମାନେ ପତ୍ୟେକ ଖାଦ୍ୟରେ ଅଧିକ ମାତ୍ରାରେ ଟମାଟର ବ୍ୟବହାର କରିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଅଧିକ ଟମାଟର ବ୍ୟବହାର ଶରୀର ପାଇଁ ହାନିକାରକ ହୋଇପାରେ । ତେବେ ଆସନ୍ତୁ ଜାଣିବା…
– ଅଧିକ ମାତ୍ରାରେ ଟମାଟର ସେବନ ଦ୍ୱାରା ଏସିଡିଟି ହୋଇପାରେ । ପ୍ରକୃତରେ ଟମାଟରରେ ଅଧିକ ପରିମାଣର ଅମ୍ଳ ରହିଥାଏ ଯାହାକୁ ସେବନ କରିବା ଦ୍ୱାରା ଆପଣଙ୍କ ପେଟରେ ଅମ୍ଲୀୟ ବଢିବା ସହ ଏସିଡିଟି ହୋଇଥାଏ ।
– ଟମାଟର ସହିତ ତାର ମଞ୍ଜି ବି ପେଟକୁ ଯାଇଥାଏ । କିନ୍ତୁ ଏହି ମଞ୍ଜି ଆପଣଙ୍କ ଶରୀରକୁ ଯିବା ଦ୍ୱାରା ଷ୍ଟୋନ ସମସ୍ୟା ହୋଇପାରେ । କାରଣ ଏହା ସହଜରେ କିଡନୀରେ ପହଁଚି ଷ୍ଟୋନ୍ ନିର୍ମାଣ କରିଥାଏ ।
– ଟମାଟରରେ ଥିବା ଟରପିନ୍ସ ନାମକ ତତ୍ୱ ଆପଣଙ୍କ ଶରିରୀକ ଦୁର୍ଗନ୍ଧର କାରଣ ହୋଇପାରେ । ପାଚନ ଦ୍ୱାରା ଏହାର ବିଘଟନ, ଶରୀରର ଦୁର୍ଗନ୍ଧ ସୃଷ୍ଟି କରିଥାଏ ।
– ଯଦି ଆପଣଙ୍କର ସର୍ବଦା ପେଟ ଗ୍ୟାସ ସମସ୍ୟା ରହିଛି ତେବେ ଟମାଟର ସେବନ କମ କରିବା ଉଚିତ୍ । କାରଣ ଟମାଟର ପେଟ ଗ୍ୟାସ ସୃଷ୍ଟି କରିଥାଏ ।
– ଆଜିକାଲି ବଜାରେ ସାର ଦିଆ ଟମାଟର ଉପଳବ୍ଧ ହେଉଛି । ଯାହା ଆପଣଙ୍କ ପାଇଁ ରକ୍ତଚାପ ସମେତ ଅନ୍ୟ ସମସ୍ୟା ସୃଷ୍ଟି କରିପାରେ ।
–