ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭାଲେଣ୍ଟାଇନ ୱିକ ଆରମ୍ଭରୁ ହିଁ ପ୍ରେମୀ ଯୁଗଳ ମାନଙ୍କୁ ଆଜିର ଦିନ ଅର୍ଥାତ୍ କିସ୍ ଡେର ଅପେକ୍ଷା ରହିଥାଏ । ଅନେକ କପୁଲସ୍ ଏଥି ପାଇଁ ବହୁ ପ୍ରସ୍ତୁତି ମଧ୍ୟ କରିଥାନ୍ତି ।
କିସ୍ କରିବା ଦ୍ୱାରା କପୁଲସ୍ ମାନଙ୍କ ପ୍ରେମ ସମ୍ପର୍କ ନିବିଡ ହେବା ସହିତ ସେମାନଙ୍କ ଭିତରେ ବୁଝାମଣା ମଧ୍ୟ ଭଲ ରହିଥାଏ । କିନ୍ତୁ ବେଳେ ବେଳେ ଏଇ ଛୋଟ କିସ୍ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । ଆପଣଙ୍କ ଜୀବନରେ ଆପଣ ଚାହୁଁନଥିବା ସମସ୍ୟା ମଧ୍ୟ ଆସିପାରେ କେବଳ କିସ୍ ମାଧ୍ୟମରେ ।
ସାଧାରଣ କିସ୍ ଅପେକ୍ଷା ଲିପ୍ କିସ୍ ଦ୍ୱାରା ଭୟଙ୍କର ସଂକ୍ରମିତ ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ । ଆପଣଙ୍କ ପାର୍ଟନର ବା ସାଥୀଙ୍କୁ ଏମିତି କିଛି ରୋଗ ହୋଇଥାଇ ପାରେ ଯାହା ଆପଣ ଲିପ୍ କିସ୍ କରିବା ସମୟରେ ଆପଣଙ୍କୁ ଅତି ସହଜରେ ସଂକ୍ରମିତ କରିପାରେ ।
ଯେମିତିକି ଥଣ୍ଡା, ବିଭିନ୍ନ ପ୍ରକାରର ଆଲେର୍ଜିସ ଓ ଲିପ୍ କିସ୍ ଦ୍ୱାରା ବ୍ଳଡ୍-ବୋନ୍ ଭାଇରସ ବା HIV ଭଳି ଭୟଙ୍କର ଭାଇରସ ସଂକ୍ରମଣର ଶିକାର ମଧ୍ୟ ହୋଇପାରନ୍ତି ।
ରିସର୍ଚ ଅନୁଯାଇ କିସ୍ କରିବା ଦ୍ୱାରା ମହିଳାଙ୍କ ଶରୀରରୁ କ୍ୟାଲୋରୀ ବା ଚର୍ବି କମିଥାଏ ସତ କିନ୍ତୁ କିସ୍ କରିବା ଦ୍ୱାରା ଆପଣଙ୍କୁ କ୍ୟାଭିଟି ଜନିତ ରୋଗ ମଧ୍ୟ ହୋଇପାରେ ।
ତେଣୁ କିସ୍ କରିବା ପୂର୍ବରୁ ଆପଣଙ୍କ ପାର୍ଟନର ସୁସ୍ଥ ଅଛନ୍ତି କି ନାହିଁ ପରଖି ନିଅନ୍ତୁ ଏହା ଦ୍ୱାରା ଆପଣ ଏକ ସୁସ୍ଥ ଶରୀର ସହିତ ସୁସ୍ଥ ସମ୍ପର୍କ ମଧ୍ୟ ଗଢିବାରେ ସଫଳ ହୋଇପାରିବେ ।