ଭୁବନେଶ୍ୱର(ଏଟିଆର ବ୍ୟୁରୋ):ସାଧାରଣତଃ ଥଣ୍ଡା କିମ୍ବା ସଂକ୍ରମଣ ହୋଇଥିଲେ ଛିଙ୍କ ହୋଇଥାଏ । ଯଦି କୌଣସି ଅଫିସ କିମ୍ବା ମିଟିଂରେ ଥିଲା ବେଳେ ଛିଙ୍କ ଆସେ ସେହି ସମୟରେ ଆପଣ ଛିଙ୍କକୁ ଚାପିବା ପାଇଁ ଚେଷ୍ଟା କରନ୍ତି । ଆପଣମାନେ ଏଭଳି କରୁଛନ୍ତି କି? ଯଦି ହଁ । ତେବେ ଆଗକୁ ସାବଧାନ ହୋଇଯାଆନ୍ତୁ ଏଭଳି କରିବା ଦ୍ୱାରା ଆପଣଙ୍କର ଜୀବନ ଯାଇପାରେ । ଏନେଇ ଡାକ୍ତରମାନେ ମଧ୍ୟ ଚେତାବନୀ ଦେଇ ସାରିଛନ୍ତି ।
ପକୃତରେ,ଇଂଲଣ୍ଡର ଲେଷ୍ଟର ସହରରେ ଜଣେ ୩୪ ବର୍ଷିୟ ବ୍ୟକ୍ତି ଛିଙ୍କକୁ ଚାପିବା ପାଇଁ ପ୍ରୟାସ କରିଥିଲେ । ଯାହାଦ୍ୱାରା ତାଙ୍କ ଗଳାର କଣିକା ଫାଟି ଯାଇଥିଲା । ଯେତେବେଳେ ଡାକ୍ତର ଚିକିତ୍ସା କଲେ ସେତେବେଳେ ଜାଣିବାକୁ ପାଇଲେ ଯେ ନାକ ଏବଂ ପାଟି ବନ୍ଦ କରି ଛିଙ୍କକୁ ଚାପିବା ଦ୍ୱାରା ଏହା ବିପଦକୁ ଆମନ୍ତ୍ରଣ କରିଛନ୍ତି । ସେଥିପାଇଁ ଏଭଳି କାର୍ଯ୍ୟରୁ ଦୂରେଇ ରୁହଁନ୍ତୁ ।
ଅନ୍ୟପଟରେ ସାଇନ୍ସ ଜର୍ନାଲ ବିଏମଜେ ରିପୋର୍ଟ ଅନୁଯାୟୀ ଡାକ୍ତରମାନେ କହିଛନ୍ତି ଯେ,ଛିଙ୍କ ଚାପିବା ଦ୍ୱାରା ଏହା କାନ ଉପରେ ପ୍ରଭାବ ପକାଇ ଥାଏ । ଏହାବ୍ୟତୀତ ମସ୍ତିସ୍କରେ ଥିବା ଶିରା ମଧ୍ୟ ଫାଟିବାର ଆଶଙ୍କା ଥାଏ ।
ଇଂଲଣ୍ଡର ୩୪ ବର୍ଷିୟ ପିଡୀତାଙ୍କ କହିବାନୁଯାୟୀ,ଯେତେବେଳେ ଛିଙ୍କକୁ ଚାପିବା ପାଇଁ ପ୍ରୟାସ କରିଥିଲି ସେତେବେଳେ ଗଳାରେ କିଛି ଫାଟିଗଲା ଭଳି ଅନୁଭବ ହୋଇଥିଲା । ତା’ର କିଛି ସମୟ ପରେ ଗଳା ଫୁଲିଯିବା ସହିତ ଦରଜ ହୋଇଯାଇଥିଲା । ଏବଂ ପାଟି ସଂପୂର୍ଣ୍ଣ ବନ୍ଦ ହୋଇଗଲା ।