ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ଅନେକ ଲୋକଙ୍କୁ ଦେଖିଥିବେ ବ୍ୟସ୍ତ ଚକ୍କରରେ ବିନା ପାଣି ଔଷଧ ଖାଉଥିବାର । କିନ୍ତୁ ଆପଣ ଜାଣିଛନ୍ତି କି ଏହି ଅଭ୍ୟାସ ତାଙ୍କ ଶରୀର ପ୍ରତି ଭାରି ପଡିପାରେ ।
ଆଜ୍ଞା ହଁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ, ଯେଉଁ ବ୍ୟକ୍ତି ବିନା ପାଣିରେ ଔଷଧ ସେବନ କରିଥାନ୍ତି । ତାଙ୍କର ଖାଦ୍ୟ ନଳୀ ଖୁବ୍ ଶୀଘ୍ର ଖରାପ ହୋଇଥାଏ । ଶରୀରରେ ଖାଦ୍ୟ ନଳୀ ପାଟିରୁ ପେଟକୁ ସଂଯୋଗ ହୋଇଛି । ଏହି ପାଟି ଦ୍ୱାରା ପେଟକୁ ଖାଦ୍ୟ ଯାଇଥାଏ ।
ଗବେଷଣା ଅନୁଯାୟୀ, ବିନା ପାଣିରେ ଔଷଧ ସେବନ କରିବା ଦ୍ୱାରା ତାହା ଖାଦ୍ୟ ନଳୀରେ ଅଟକି ରହିଥାଏ । ଯାହାଦ୍ୱାରା ବ୍ୟକ୍ତିଙ୍କୁ ସଂକ୍ରମଣ ବା ଜଳାପୋଡା ଅନୁଭବ ହୋଇଥାଏ । ଏହି ସମସ୍ୟା ବଢିଯାଇ ମୁଣ୍ଡବ୍ୟଥା ଆରମ୍ଭ ହୋଇଥାଏ । ଔଷଧର ସାଇଜ୍ ଅନୁସାରେ ଯନ୍ତ୍ରଣା ବଢିଥାଏ । ଏହାଦ୍ୱାରା ଆପଣଙ୍କୁ ବ୍ଲିଡିଙ୍ଗ ଏବଂ ଅଲସର୍ ସମସ୍ୟା ମଧ୍ୟ ହୋଇପାରେ ।
ସେଥିପାଇଁ ଔଷଧ ସେବନ କଳାବେଳେ ଯେପରି ଗୋଟେ ଗ୍ଲାସ ପାଣି ପିଇବା ପାଇଁ ଧ୍ୟାନ ରଖନ୍ତୁ । ଏହାସହିତ ଶୋଇକି ବିଲକୁଲ୍ ଔଷଧ ସେବନ କରନ୍ତୁ ନାହିଁ ।