ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିକାଲିର ପରିବର୍ତ୍ତନ ଯୁଗରେ ପ୍ରତେକ ବ୍ୟକ୍ତିଙ୍କ ହାତରେ ଦେଖିବେ ଗୋଟେ ଗୋଟେ ସ୍ମାର୍ଟ ଫୋନ । ଅନେକ ସମୟରେ ଦେଖିବାକୁ ମିଳେ ଯେ ଅଧିକାଂଶ ବ୍ୟକ୍ତି ଖାଲି ସମୟରେ ସେଲଫି ନେବାରେ ବ୍ୟସ୍ତ ଥାନ୍ତି । ଆପଣ ଏଭଳି ସେଲଫି ନେଉଛନ୍ତି କି? ସାବଧାନ ହୋଇ ଯାଆନ୍ତୁ କାରଣ ଏହା ଗମ୍ଭୀର ରୋଗରେ ପରିବର୍ତ୍ତନ ହେଉଛି । ଏହି ରୋଗର ନାମ ହେଉଛି ସେଲଫି ଏଲବୋ । ଏହାଦ୍ୱାରା ଗଳା, କାନ୍ଧ, କହୁଣୀ,ହାତ ମୁଠା ଆଦିରେ କ୍ଷତି ପହଞ୍ଚାଇଥାଏ ।
ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ଏହି ରୋଗ ଠିକ୍ ଟେନିସ୍ ଏଲବୋ କିମ୍ବା ଗୋଲ୍ଫ ଏଲବୋ ସଦୃଶ୍ୟ । ସେଲଫି ନେବା ଦ୍ୱାରା କହୁଣୀର ପାଶ୍ୱର୍ବର୍ତ୍ତି ମାଂସପେଶୀରେ ପ୍ରଭାବ ପଡିଥାଏ । ଏହାଦ୍ୱାରା କହୁଣୀ ଫୁଲିବା ସହ ଦରଜ ହୋଇଥାଏ ।
ଆମେରିକାର ମେଡିସିନ ବିଶେଷଜ୍ଞ ଜୋର୍ଡାନ ମେଟଜାଲଙ୍କ ମୁତାବକ, ସେଲଫି ନେବା ପାଇଁ ଯେତେବେଳେ ଆମେ ହାତ ଉପରକୁ ଉଠାଇଥାଉ,ସେତେବେଳେ କହୁଣୀ ମୋଡି ହୋଇ ରହିଥାଏ । ଲୋକମାନେ ଏହି ସ୍ଥିତିରେ ଲଗାତର ୨୦-୩୦ ଫଟୋ ଉଠାଇଥାନ୍ତି । ଏହାଦ୍ୱାରା ମାଂସପେଷୀରେ ଅଧିକ ପ୍ରଭାବ ପଡିଥାଏ ।