ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା କାଳରେ ଭାଇରସଠୁ ରକ୍ଷା ପାଇବା ପାଇଁ ଲୋକେ ଆଣ୍ଟିବାୟୋଟିକଠୁ ନେଇ ବିଭିନ୍ନ ଘରୋଇ ଉପଚାରମାନ ଆପଣାଉଛନ୍ତି । କିନ୍ତୁ କୌଣସି ଜିନିଷ ଅତ୍ୟଧିକ ବ୍ୟବହାର ଶରୀର ପାଇଁ ହାନିକାରକ ହୋଇପାରେ । ଆଜ୍ଞା ହଁ କରୋନା ପାଇଁ ଲୋକେ ଏବେ ବାରମ୍ବାର ଗରମ ପାଣି ପିଉଛନ୍ତି । ପ୍ରତି ଘଣ୍ଟାଏ ଲେଖାଁଏ ଗ୍ୟାପରେ ଗରମ ପାଣି ପିଉଛନ୍ତି ଲୋକେ । କିନ୍ତୁ ଅଧିକ ଗରମ ପାଣି ପିଇବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା ଗରମ ପାଣି ପିଇବା ଦ୍ୱାରା ଶରୀରର କେଉଁ ଅଙ୍ଗରେ ପ୍ରଭାବ ପଡିଥାଏ ।
ଲୋକଙ୍କ ଚିନ୍ତାଧାରା ରହିଛି କି ଗରମ ପାଣି ପିଇବା ଦ୍ୱାରା କରୋନା ହେବ ନାହିଁ ଏବଂ ଚର୍ବି ହାସ ହେବ । କିନ୍ତୁ ତାହା ସମ୍ପୂର୍ଣ୍ଣ ଭୁଲ । ଡାଇଟିସିଆନମାନେ ସର୍ବଦା ଉଷୁମ ପାଣି ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । ଗରମ ପାଣି ପିଇବା ଦ୍ୱାରା ପେଟ ଜଳା ପୋଡା ହୋଇଥାଏ । ଶରୀରରେ ଥିବା ଟିସୁଗୁଡିକ ସୂକ୍ଷ୍ମ ହୋଇଯାଏ ।
ଅତ୍ୟଧିକ ଗରମ ପାଣି ପିଇବା ଦ୍ୱାରା ରକ୍ତଚାପ ଉପରେ ପ୍ରଭାବ ପଡିଥାଏ । ଯାହାଦ୍ୱାରା ଶରୀରରେ ରକ୍ତର ମାତ୍ରା ବଢିଯାଇଥାଏ ରକ୍ତ ସ୍ତର ଉଚ୍ଚ ହେବାକୁ ଲାଗେ । ଏହାଦ୍ୱାରା ହାର୍ଟ ଉପରେ ବି ପ୍ରଭାବ ପଡିଥାଏ ।
ଦିନକୁ ଗୋଟେଥର କେବଳ ଗରମ ପାଣି ପିଇବା ଉଚିତ୍ । ବାରମ୍ବାର ଗରମ ପାଣି ପିଇବା ଉଚିତ୍ ନୁହେଁ । ଏହାଦ୍ୱାରା ମୁଣ୍ଡବ୍ୟଥା ହୋଇଥାଏ । ମସ୍ତିଷ୍କର ସ୍ନାୟୁ ଫୁଲିଯାଏ ।
ଯଦି ଆପଣ ରାତିରେ ଗରମ ପାଣି ପିଅନ୍ତି ତେବେ ଶୌଚାଳୟ ସମସ୍ୟା ଉପୁଜିପାରେ । ଠିକ୍ ଭାବେ ନିଦ ହେବ ନାହିଁ ।
କିଡନୀରେ ଏକ ସ୍ୱତନ୍ତ୍ର କ୍ୟାପିଲାରୀ ବ୍ୟବସ୍ଥା ଅଛି । ଯାହା ଶରୀରରୁ ଅଧିକ ଜଳ ଏବଂ ବିଷାକ୍ତ ପଦାର୍ଥ ବାହାର କରିଥାଏ । ତଥାପି, ଅଧିକ ଗରମ ପାଣି ଆପଣଙ୍କ କିଡନୀକୁ ବହୁତ ପ୍ରଭାବିତ କରିଥାଏ, ଯାହା କିଡନୀ କାର୍ୟ୍ୟ କରିବାର କ୍ଷମତାକୁ ପ୍ରଭାବିତ କରିଥାଏ ।