ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୁନ୍ଦର ଦେଖାଯିବାକୁ କାହାର ବା ଇଚ୍ଛା ନଥାଏ । ସେଥିପାଇଁ କିଛି ବ୍ୟକ୍ତି ନିଜ ତ୍ୱଚାରେ ସୁନ୍ଦରତା ତଥା ଚମକ ପଣ ଆଣିବା ଲାଗି ବଜାରରେ ଉପଲବ୍ଧ କସମେଟିକ ବ୍ୟବହାର କରିଥାନ୍ତି । ଏହାଦ୍ୱରା ସେମାନଙ୍କୁ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆପଣଙ୍କ ଘରେ ଭାତ ରାନ୍ଧିବା ବେଳେ ଯେଉଁ ଚାଉଳକୁ ଧୋଇ ତା ପାଣିକୁ ଅଦରକାରି ଭାବି ଫୋପାଡି ଦେଇଥାନ୍ତି । ତାହା ଆପଣଙ୍କ ତ୍ୱଚାରେ ଚମକ ଆଣିବାରେ ସହାୟକ ହୋଇପାରେ । ତେବେ ଆସନ୍ତୁ ଜାଣିବା..
ଗରମ ଦିନରେ ତ୍ୱଚା ବହୁତ ଫିକା ଫିକା ଦେଖା ଯାଇଥାଏ । ଏହି ସମୟରେ ତ୍ୱଚାରେ ଚମକ ଆଣିବା ପାଇଁ ଆପଣ ଚାଉଳ ଧୁଆ ପାଣି ବ୍ୟବହାର କରି ପାରିବେ । ସେଥିପାଇଁ ଆପଣ ଚାଉଳକୁ ଭିଜେଇ ତାର ପାଣିରେ ମୁହଁ ଧୁଅନ୍ତୁ । ଏହାବ୍ୟତୀତ ଆପଣ ଏହି ପାଣିକୁ ତ୍ୱଚାରେ ଟୋନର ଭଳି ମଧ୍ୟ ବ୍ୟବହାର କରି ପାରିବେ । ଏହାଦ୍ୱରା ତ୍ୱଚା ନରମ ହେବା ସହ ଚମକି ଥାଏ ।
ଯଦି ଆପଣଙ୍କ ମୁହଁରେ ବ୍ରଣ ହୋଇଛି ତେବେ ଏହାପାଇଁ ଆପଣ ଚାଉଳ ଧୁଆ ପାଣି ବ୍ୟବହାର କରିପାରିବେ ।