ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶରୀର ପାଇଁ ହିତକର କଦଳୀ । ଏଥରୁ ଅନେକ ପୋଷକତତ୍ୱ ମିଳିଥାଏ । ଯାହା ଶରୀର ପାଇଁ ଉପଯୋଗୀ ହୋଇଥାଏ । ଏହା ଶରୀରରେ ଭୋକକୁ ମାରିଥାଏ ଏବଂ ଚର୍ବି କମ କରିଥାଏ, କାରଣ ଏଥିରୁ ଯେଉଁ ଫ୍ୟାଟ ମିଳିଥାଏ ତାହା ଶରୀରରେ ଜମାଟ ବାନ୍ଧିନଥାଏ ଏବଂ ଓଜନ ବୃଦ୍ଧି କରିଥାଏ । କିନ୍ତୁ ଅନେକ ସମୟରେ ପ୍ରାୟ ଅଧିଂକାଶ ଲୋକେ ସକାଳୁ ଖାଲି ପେଟରେ କଦଳୀ ସେବନ କରିଥାନ୍ତି । ମାତ୍ର ବିଷେଶଜ୍ଞଙ୍କ ମତରେ ସକାଳୁ ଖାଲି ପେଟରେ କଦଳୀ ସେବନ କରିବା ଉଚିତ୍ ନୁହେଁ । ଏହାଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ । ତେବେ ଆସନ୍ତୁ ଜାଣିବା…
– କଦଳୀରେ ଭରପୁର ମାତ୍ରାରେ ପୋଟାସିୟମ, ଫାଇବର ଏବଂ ମ୍ୟାଗ୍ନେସିୟମ ରହିଛି, କିନ୍ତୁ ଏହାସହିତ ଏହି ଫଳ ଏସିଡିକ ବି ହୋଇଥାଏ । ସେଥି ପାଇଁ ବିଶେଷଜ୍ଞଙ୍କ ମତରେ ଖାଲି ପେଟରେ ଏସଡିକ ଖାଦ୍ୟ ପଦାର୍ଥ ସେବନ କରିବା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ । ସେଥିପାଇଁ ଖାଲି ପେଟରେ କଦାପି କଦଳୀ ସେବନ କରିବା ଉଚିତ୍ ନୁହେଁ ।
– କଦଳୀରେ ଅଧିକ ପରିମାଣର ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ରହିଛି । ସେଥିପାଇଁ ଯଦି ଖାଲି ପେଟରେ କଦଳୀ ସେବନ କରନ୍ତି ତେବେ ରକ୍ତରେ ଏହି ଦୁଇ ପୋଷକତତ୍ୱ ଅଧିକ ହୋଇପାରେ । ଯାହାଫଳରେ ହାର୍ଟ ପାଇଁ ସମସ୍ୟା ଉପୁଜି ପାରେ ।
– କଦଳୀ ସେବନ ଦ୍ୱାରା ଶକ୍ତି ମିଳିଥାଏ ସତ କିନ୍ତୁ ଖାଲି ପେଟରେ ବିଲକୁଲ ସେବନ କରିବା ଉଚିତ୍ ନୁହେଁ । କାରଣ ଖାଲି ପେଟରେ କଦଳୀ ସେବନ କରିବା ଦ୍ୱାରା ତୁରନ୍ତ ଶକ୍ତି ମିଳିଥାଏ କିନ୍ତୁ ତାହା ଅସ୍ଥାୟୀ ହୋଇଥାଏ । ଏହାଦ୍ୱାରା ଶରୀୀ ଥକାପଣ ଏବଂ ଅସୁସ୍ଥ ଅନୁଭବ ହୋଇଥାଏ ।
– ଅଧିକାଂଶ ଲୋକ ରାତିରେ ଶୋଇବା ପୂର୍ବରୁ କଦଳୀ ଖାଇଥାନ୍ତି କିନ୍ତୁ ଏଭଳି କରିବା ଉଚିତ୍ ନୁହେଁ । କାରଣ ରାତିରେ କଦଳୀ ଖାଇବା ଦ୍ୱାରା ରୋଗରେ ପଡି ପାରନ୍ତି । ଏହାଦ୍ୱାରା କାଶ ସମସ୍ୟା ଉପୁଜିପାରେ ।