ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଘରୋଇ ଉପାୟରେ ଯେତେବେଳେ ତ୍ୱଚାର ଯତ୍ନ ନେବା କଥା ଆସେ, ସେତେବେଳେ ବେସନର ବ୍ୟବହାର ସବୁଠାରୁ ଅଧିକ ହୋଇଥାଏ ।
ଶୀତ ଦିନର ଆରମ୍ଭରେ ବିଭିନ୍ନ ପ୍ରକାରର ତ୍ୱଚା ସମସ୍ୟା ଦେଖାଦେଇଥାଏ । ତେବେ ବେସନ ପ୍ରାକୃତିକ ରୁପରେ ସୁନ୍ଦରତା ବଢାଇବାରେ ସାହାର୍ଯ୍ୟ କରୁଥିବାରୁ, ତ୍ୱଚାର ସମସ୍ୟାରୁ ରକ୍ଷା ପାଇବା ପାଇଁ ବେସନର ଅଧିକ ବ୍ୟବହାର ହୋଇଥାଏ ।
ମୁଁହର ଦାଗ ଦୂର କରିବାରେ ସାହାର୍ଯ୍ୟ କରେ
ଯଦି ମୁଁହରେ କଳା ଦାଗ ହୋଇଥାଏ, ତେବେ ବେସନ, ଗୋଲାପ ଜଳ ସହିତ କାକୁଡି ରସ ମିଶାଇ ଲଗାଇବା ଦ୍ୱାରା କଳା ଦାଗ କମ୍ ହୋଇଥାଏ ।
ମୁଁହର ରନ୍ଧ୍ର ବା ଗାତ ସମସ୍ୟାରୁ ରକ୍ଷା କରିଥାଏ
ବେସନ ସହିତ ହଳଦୀ, ଦହି ଓ ଅଲିଭ୍ ଅଏଲ ମିଶାଇ ଲଗାଇବା ଦ୍ୱାରା ମୁଁହରେ ହୋଇଥିବା ଗାତ ବା ରନ୍ଧ୍ର ଅତି ସହଜରେ ଭଲ ହୋଇପାରେ ।
ଅଏଲି ସ୍କିନ ପାଇଁ
ସାଧାରଣ ଅଏଲି ସ୍କିନ ବା ତେଲିଆ ତ୍ୱଚାରେ ଅଧିକ ସମସ୍ୟା ଦେଖାଦେଏ । ଏଥିରୁ ରକ୍ଷା ପାଇବା ପାଇଁ ସପ୍ତାହକୁ ଦୁଇଥର ବେସନ, ଦହି ଓ ବଟର ମିଶାଇ ଲଗାଇବା ଦ୍ୱାରା ତ୍ୱଚା କୋମଳ ହେବା ସହିତ ତ୍ୱଚାର ଅଏଲି ନେସ୍ କମ ହୋଇଥାଏ ।
ମୁଁହରେ ଅତ୍ୟଧିକ କେଶ ସମସ୍ୟାରୁ ରକ୍ଷା କରେ
କିଛି କିଛି ଲୋକଙ୍କ ମୁଁହରେ ଅତ୍ୟଧିକ କେଶ ସମସ୍ୟା ଦେଖାଦେଇଥାଏ । ତେବେ ଏହି ସମସ୍ୟାର ସମାଧାନ ପାଇଁ ପ୍ରତିଦିନ ବେସନ ସହିତ ଅଳ୍ପ ସୋରିଷ ତେଲ ମିଶାଇ ଲଗାଇଲେ ଧିରେ ଧିରେ ସମ୍ପୁଣ୍ଣ ଭାବରେ ଏହି ସମସ୍ୟାର ସମାଧାନ ହୋଇଯାଏ ।
ତ୍ୱଚାର ରଙ୍ଗ ବୃଦ୍ଧି କରିଥାଏ
ପ୍ରାୟ ଅଧିକରୁ ଅଧିକ ଲୋକ ନିଜ ତ୍ୱଚାର ରଙ୍ଗରେ ସନ୍ତୁଷ୍ଟ ନଥାନ୍ତି । ସେମାନଙ୍କ ପାଇଁ ନିଜ ତ୍ୱଚାର ରଙ୍ଗ ବୃଦ୍ଧି କରିବା ପାଇଁ ବେସନ ସହିତ ଅଳ୍ପ ଲେମ୍ବୁ ରସ ଓ ଟମାଟୋ ରସ ମିଶାଇ ଲଗାଇବା ଦ୍ୱାରା ତ୍ୱଚାର ରଙ୍ଗ ବୃଦ୍ଧି ହୋଇଥାଏ ।