ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସ୍ୱାସ୍ଥ୍ୟ ସମସ୍ୟା ଦୂର କରେ ଜାମୁ କୋଳି ସେବନ । ଏନିମିୟା ରେ ହିମୋଗ୍ଲୋବିନ ବଢାଇବାଠୁ ନେଇ ହାର୍ଟ ଏବଂ ଡାଇଜେସନ ସହ ଜଡିତ ସମସ୍ୟାକୁ ଦୂର କରିବା ପାଇଁ ଜାମୁ ସେବନ ଫାଇଦା ହୋଇଥାଏ । କିନ୍ତୁ ଅନେକ ଥର ଭୁଲ ଉପାୟରେ ଜାମୁ ସେବନ ଓଲଟା ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା..
ଖାଲି ପେଟରେ ଜାମୁ ସେବନ କ୍ଷତି ପହଁଚାଇପାରେ । ଏହା ସ୍ୱାଦରେ ଖଟା ହୋଇଥାଏ । ଖାଲି ପେଟରେ ଜାମୁ ସେବନ କରିବା ଦ୍ୱାରା ଏସିଡିଟି ସମସ୍ୟା ଉପୁଜିପାରେ । ସେଥିପାଇଁ ଖାଦ୍ୟ ଖାଇବା ପରେ ଜାମୁ ସେବନ କରନ୍ତୁ । ଏହା ଡାଇଜେସନରେ ସାହାଯ୍ୟ କରେ ।
ଜାମୁ ସେବନର ତୁରନ୍ତ ପରେ ପାଣି ପିଅନ୍ତୁ ନାହିଁ । ଏହାଦ୍ୱାରା ଡାଇରିଆ ଭଳି ସମସ୍ୟା ଉପୁଜିପାରେ । ସେଥିପାଇଁ ଜାମୁ କୋଳି ଖାଇବାର ୪୦ ମିନିଟ ପରେ ପାଣି ପିଅନ୍ତୁ ।
ଜାମୁ ସେବନ ପରେ ହେଲ୍ଦୀ ଖାଦ୍ୟ ସେବନ କରନ୍ତୁ ନାହିଁ । ଏହା ଆପଣଙ୍କୁ କ୍ଷତି ପହଁଚାଇପାରେ ।
ସେହିପରି ଜାମୁ କୋଳି ଖାଇବା ପରେ ଖୀର , ଡାଏରୀ ପ୍ରଡକ୍ଟ ଏବଂ ଆଚାର ସେବନ କରନ୍ତୁ ନାହିଁ । ଏହା ଆପଣଙ୍କ କ୍ଷତି ପହଁଚାଇପାରେ ।