ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ ପୁଅମାନେ ଯେତେ ପ୍ରକାର ଚେଷ୍ଟା କଲେ ମଧ୍ୟ ଝିଅମାନଙ୍କୁ ପଟେଇ ପାରନ୍ତି ନାହିଁ । ସେଥିପାଇଁ ପୁଅମାନେ ଭାବନ୍ତି ଯେ ଝିଅମାନେ କେବଳ ଗୋରା,ସ୍ମାର୍ଟ,ଷ୍ଟାଇଲିସ୍ ଏବଂ ସୁନ୍ଦର ପୁଅଙ୍କ ଉପରେ ଫିଦା । ଯଦି ଆପଣ ଏହିଭଳି ଭାବୁଛନ୍ତି ତେବେ ଆପଣ ସଂପୁର୍ଣ୍ଣ ଭୁଲ ଭାବୁଛନ୍ତି । କାରଣ ଝିଅମାନେ ସବୁବେଳେ ବିଶ୍ୱାସ ଯୋଗ୍ୟ ପୁଅଙ୍କୁ ପସନ୍ଦ କରିଥାନ୍ତି । ଏହାବ୍ୟତୀତ ଝିଅମାନଙ୍କର ଇଛା ଫିଲ୍ମ ଷ୍ଟାଇଲରେ ଜୀବନ କାଟିବା ଏବଂ ବୁଲାବୁଲି କରିବା ।
ଫିଲ୍ମରେ ଯେଉଁଭଳି ଭାବେ ହିରୋ,ହିରୋଇନକୁ ବାଇକରେ ବସାଇ ବୁଲାଇଥାନ୍ତି । ଠିକ୍ ସେହିଭଳି ପ୍ରତେକ ଝିଅଙ୍କର ଇଛା ବାଇକରେ ବସି ବୁଲିବା । କାରଣ ପୁଅମାନଙ୍କ ବାଇକର ପଛ ସିଟ୍ରେ ଝିଅମାନେ ବସିଲା ପରେ ତାଙ୍କୁ ରୋମାଣ୍ଟିକ୍ ଅନୁଭବ ହୋଇଥାଏ ।
ସେଥିପାଇଁ ପ୍ରତେକ ଝିଅଙ୍କ ଇଛା ତାଙ୍କ ଜୀବନସାଥୀଟି ଭଲ ବାଇକ ଚଲେଇବା ସହ ଷ୍ଟଣ୍ଟ ମଧ୍ୟ ଜାଣିଥିବ । ଯାହାଫଳରେ ଝିଅମାନେ ତାଙ୍କ ପଛରେ ବସି ଅନେକ ସୁନ୍ଦର ସୁନ୍ଦର ସ୍ଥାନ ବୁଲିବା ପରେ ଫଟୋସୁଟ୍ କରି ରୋମାଣ୍ଟିକ ଅନୁଭବ କରିପାରିବେ ।