ଭୁବନେଶ୍ୱର (ଏଟିଆର ବ୍ୟୁାରୋ): ଅନେକ ଲୋକ ଖାଦ୍ୟର ସ୍ୱାଦ ବଦଳାଇବା ପାଇଁ କଞ୍ଚା ଲଙ୍କା ବ୍ୟବହାର କରିଥାନ୍ତି । ଏହା ପାଟିକୁ ରାଗ ଲାଗେ ସତ କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହା ଶରୀର ପାଇଁ କେତେ ଉପଯୋଗୀ । ଆଜ୍ଞା ହଁ କଞ୍ଚା ଲଙ୍କା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇ ପାରିବେ । ତେବେ ଆସନ୍ତଚ ଜାଣିବା କଞ୍ଚା ଲଙ୍କାର ଫାଇଦା ସମ୍ପର୍କରେ..
– ଯଦି ଆପଣଙ୍କର ସାଇନସ ତଥା ଥଣ୍ଡା ଜନିତ ସମସ୍ୟା ଅଛି ତେବେ ପ୍ରତିଦିନ କଞ୍ଚା ଲଙ୍କା ସେବନ କରନ୍ତୁ । ଏଥିରେ ପ୍ରଚୁର ପରିମାଣର କ୍ୟାପସ୍କିନ ନାମକ ତତ୍ୱ ଥାଏ ।
ଯାହା ଶରୀରର ରକ୍ତ ପ୍ରଭାହକୁ ସଠିକ୍ ରଖିବାରେ ସହାୟକ ଅଟେ । ଯାହା ଦ୍ୱାରା ସାଇନସ୍ ଏବଂ ଥଣ୍ଡା ସମସ୍ୟାକୁ ଦୂର କରେ ।
– ଯଦି ଆପଣଙ୍କ ଶରୀର କୌଣସି କାରରରୁ ଦରଜ ହେଉଛି ତେବେ ସେଥିପାଇଁ କଞ୍ଚା ଲଙ୍କା ଖାଆନ୍ତୁ । ଫଳରେ ଶରୀରରୁ ଗରମ ସୃଷ୍ଟି ହୋଇ ଦରଜରୁ ଆରାମ ମିଳେ ।
– କଞ୍ଚା ଲଙ୍କାରେ ଭରପୁର ମାତ୍ରାରେ ଭିଟାମିନ୍ ସି ଥାଏ । ଏହାକୁ ସର୍ବଦା ଥଣ୍ଡା ସ୍ଥାନରେ ରଖିବା ଉଚିତ୍ । ଗରମ ସ୍ଥାନରେ ରଖିବା ଦ୍ୱାରା ଏହାର ପୋଷକ ତତ୍ୱ ଉଡି ଯାଇଥାଏ ।
– କଞ୍ଚା ଲଙ୍କାରେ ଏଣ୍ଡ୍ରୋଜନ ହର୍ମୋନ ଥିବାରୁ ମୁଡ୍ ସୁଇଙ୍ଗ ଏବଂ ଦରଜରୁ ରକ୍ଷା ମିଳିଥାଏ ।
– ମଧୁମେୟ ରୋଗୀଙ୍କ ପାଇଁ ମଧ୍ୟ ଏହା ଖୁବ୍ ଲାଭଦାୟକ । କଞ୍ଚା ଲଙ୍କାରେ ଭରପୁର ମାତ୍ରାରେ ଆଣ୍ଟିବ୍ୟାକ୍ଟେରିଆଲ ତତ୍ୱ ଥାଏ । ଯାହା ଯେକୌଣସି ସଂକ୍ରମଣରୁ ରକ୍ଷା କରେ ।