ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାରି ଆଡେ ଏବେ ପିଆଜକୁ ନେଇ ଚିନ୍ତା । କିନ୍ତୁ ପିଆଜ ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ । ପିଆଜ ପାଟି କି ଯେତିକି ସ୍ୱାଦିଷ୍ଟ ଲାଗିଥାଏ ତାହା ଶରୀର ପାଇଁ ମଧ୍ୟ ସେତିକି ହିତକାରୀ ଅଟେ । ଏହା ଶରୀରକୁ ଅନେକ ଫାଇଦା ଯୋଗାଇବା ସହ ଆପଣଙ୍କ ତ୍ୱଚାକୁ ମଧ୍ୟ ଲାଭ ପହଞ୍ଚାଇଥାଏ । ନିଜର ତ୍ୱଚାର ଯତ୍ନ ନେବାକୁ କାହାକୁ ବା ଭଲ ନଲାଗେ । ନିଜ ତ୍ୱଚାର ଯତ୍ନ ନେବା ପାଇଁ ଆପଣ ପାଲ୍ଲର ଯିବା ସହ ବହୁ ଦାମୀ ଦାମୀ ଜଡିବୁଟି ପ୍ରଡକ୍ଟ ଲଗାଇବାକୁ ମଧ୍ୟ ପଛ ଘୂଞ୍ଚା ଦେଇ ନଥାନ୍ତି । ହେଲେ ଏହି ଜଡିବୁଟି ପ୍ରଡକ୍ଟ ଲଗାଇବା ଫଳରେ ତାହାର ପାଶ୍ୱ ପ୍ରତିକ୍ରିୟା ହେବାର ମଧ୍ୟ ଆଶଙ୍କା ରହିଥାଏ । ଏହି ସବୁ ପାଶ୍ୱ ପ୍ରତିକ୍ରିୟାରୁ ରକ୍ଷା ପାଇବା ପାଇଁ ଓ ନିଜର ତ୍ୱଚାର ଯତ୍ନ ନେବା ପାଇଁ କିଛି ଘରୋଇ ଉପଚାର ରହିଥାଏ ।
ତେବେ ବିନା ଖର୍ଚ୍ଚରେ ଘରୋଇ ଉପାୟରେ ହେଉଥିବା ଘରୋଇ ଉପଚାର ସମ୍ପର୍କରେ ଆମେ ଅନେକ ସମୟରେ ଜାଣିପାରି ନଥାଉ । ତେବେ ଆସନ୍ତୁ ଆଜି ଆମେ ତ୍ୱଚା ଯତ୍ନ ନେଇ ପିଆଜର ଉପକାରୀତା ସମ୍ପର୍କରେ ଜାଣିବା ।
ଭିଟାମିନ , ଏଣ୍ଟି- ଆଣ୍ଟିକ୍ସିଡେଣ୍ଟ ରେ ଭରପୂର ରହିଥିବା ପିଆଜରେ ଏଟିସେପ୍ଟିକ, ଏଟି- ବ୍ୟାକ୍ଟେରୀୟ ଏବଂ ଆଣ୍ଟି ଇଳ୍ପେମେଟରୀ ଗୁଣ ମିଳିଥାଏ ଯାହାକି ତ୍ୱଚା ମଧ୍ୟରେ ସମସ୍ତ ସମସ୍ୟାକୁ ଦୂର କରିବା ସହ ତ୍ୱଚାକୁ ଆରାମ ପ୍ରଦାନ କରିଥାଏ ।
– ପିଆଜର ରସ ବାହାର କରି ଏହାକୁ ନିଜ ମୁହଁରେ ଲଗାଇ ଧୀରେ ଧୀରେ ମାଲିସ କରନ୍ତୁ । ଏହା ପରେ ୧୫-୨୦ ମିନିଟ ଛାଡି ଦେବା ପରେ ଏହାକୁ ଥଣ୍ଡାପାଣିରେ ଧୋଇ ଦିଅନ୍ତୁ । ଏହିଭଳି କିଛି ଦିନ କରିବା ପରେ ଆପଣ ନିଜ ତ୍ୱଚାରେ ଅନେକ ଫରକ ଅନୁଭବ କରିବା ସହ ଏହା ତ୍ୱଚା ଉଜ୍ୱଳ ହେଉଥିବା ଜାଣିପାରିବେ ।
– ଯଦି ଆପଣ ବ୍ରଣ ଜନିତ ସମସ୍ୟାରେ ପିଡିତ ଅଛନ୍ତି ତେବେ ପିଆଜ ରସରେ କିଛି ଅଲିଭ ଅଏଲ ତେଲ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ଏହି ମିଶ୍ରଣକୁ ନିଜ ବ୍ରଣ ଉପରେ ବ୍ୟବହାର କରିବା ଫଳରେ ଆପଣ ବ୍ରଣ ଜନିତ ସମସ୍ୟାରୁ ରକ୍ଷା ପାଇପାରିବେ ।
– ଆପଣଙ୍କ ଚେହେରାରେ ଯଦି କଳାଜାଇ ଅଧିକ ଅଛି ଏବଂ ଯଦି ଆପଣ ଏଥିରୁ ଛୁଟକରା ପାଇବାକୁ ଚାହୁଁଛନ୍ତି ତେବେ ପିଆଜ ଆପଣଙ୍କୁ ଲାଭ ଦାୟକ ଅଟେ । କିଛି ସତେଜ ତୁଳସୀ ପତ୍ରରେ ପିଆଜ ରସ ମିଶାଇ ଏହାକୁ ଏହି ସବୁ କଳାଜାଇ ଉପରେ ଲଗାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ । କିଛି ସମୟ ପରେ ମୁହଁକୁ ଭଲଭାବରେ ଧୋଇ ଦିଅନ୍ତୁ । କିଛି ଦିନ ଏହି ଭଳି କରିବା ପରେ ଆପଣ ନିଜେ ଅନୁଭବ କରିବେ ଫରକ ।