ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରୋଜ ଡେ ରୁ ଆରମ୍ଭ ହୋଇଥିବା ଭାଲେଣ୍ଟାଇନ୍ ୱିକ୍ କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ନିଜ ମନର ମଣିଷକୁ ପ୍ରେମ ନିବେଦନ କରିସାରିବା ପରେ ଏବେ ସମୟ ଆସିଯାଇଛି ପ୍ରେମରେ ମିଠାପଣକୁ ଆଣିବା । ଫେବ୍ରୁଆରୀ ୯ ମାନେ ଆଜି ହେଉଛି ଭାଲେଣ୍ଟାଇନ୍ ୱିକ୍ ର ତୃତୀୟ ଦିନ ମାନେ ଚକଲେଟ୍ ଡେ । ଏହି ଅବସରରେ ପ୍ରେମୀଯୁଗଳ ଚକଲେଟ୍ ଦିଆନିଆ ହୋଇଥାଆନ୍ତି । ସେଥିପାଇଁ ବଜାରରେ ବିଭିନ୍ନ ପ୍ରକାରର ଚକଲେଟ୍ ଉପଲବ୍ଧ ଅଛି । ଯଦି ଆପଣ ଆପଣଙ୍କ ସାଥୀଙ୍କୁ ଇମ୍ପ୍ରେସ କରିବାକୁ ଚାହୁଁଛନ୍ତି ତେବେ ଆଜି ଏହି ଦିବସରେ ଏଭଳି କିଛି ଚକଲେଟ ବାଛନ୍ତୁ , ଯାହ ଆପଣଙ୍କ ସାଥୀଙ୍କ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ।
ଗ୍ରୀନ ଟି ଚକଲେଟ:
ସାଧାରଣ ଚକଲେଟ ଅପେକ୍ଷା ବଜାରରେ ଅନେକ ଫ୍ଲେବର୍ସ ଚକଲେଟ୍ ଉବଲବ୍ଧ ଅଛି । ଯାହା ଦେଖିବାକୁ ଖୁବ୍ ସୁନ୍ଦର ହେବା ସହ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ । ଏହାବ୍ୟତିତ ସ୍ୱାସ୍ଥ୍ୟକର ଅଟେ । ସେହି ଫ୍ଲେବର ଚକଲେଟ ମଧ୍ୟରୁ ଗୋଟେ ଚକଲେଟ ହେଉଛି ଗ୍ରୀନ୍ ଟି ଫ୍ଲେବର ଚକଲେଟ୍ । ଯଦି ଆପଣ ଏହି ଚକଲେଟ ଆପଣଙ୍କ ସାଥୀକୁ ଦେବେ ତାହାଲେ ଏହାଦ୍ୱାରା ଦୁଇଟି ଫାଇଦା ହେବ । ପ୍ରଥମ ଫାଇଦା ହେଉଛି ଆପଣଙ୍କ ସାଥୀ କିଛି ନୂଆ ଚକଲେଟ୍ ଖାଇବେ । ଦ୍ୱିତୀୟ ଫାଇଦା ହେଉଛି ଏହା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଅଟେ ।
ହ୍ୱାଇଟ୍ ଚକଲେଟ୍:
ହ୍ୱାଇଟ୍ ଚକଲେଟ୍ ମାନେ ମିଲ୍କ ଚକଲେଟରେ କ୍ୟାଲସିୟମ ଥାଏ, ଯାହା ଶରୀରରେ ହାଡକୁ ମଜବୁତ ରଖିଥାଏ । ବୟସ ବଢିବାନୁଯାୟୀ ମହିଳାଙ୍କ ହାଡ କମଯୋର ହେବାରେ ଲାଗିଥାଏ । ସେଥିପାଇଁ ଅଧିକାଂଶ ଝିଅ ଏହି ଚକଲେଟ୍ ଖାଇବାକୁ ପସନ୍ଦ କରନ୍ତି । ଯାହାଦ୍ୱାରା ଶରୀର ସୁସ୍ଥ ରହିବା ସହ ଚକଲେଟ୍ କ୍ରେଭିଙ୍ଗ ବି ଦୂର ହୋଇଥାଏ ।
ନଟ୍ସ ଚକଲେଟ:
ଆପଣ ଆପଣଙ୍କ ସାଥୀଙ୍କୁ ନଟ୍ସ ଚକଲେଟ୍ ଦେଇପାରିବେ, ଯେପରି ଚକଲେଟରେ ବାଦାମ, କାଜୁ ଆଦି ପଡିଥିବ । ଏହା ଖୁବ୍ ସ୍ୱାଦିଷ୍ଟ ହୋଇଥାଏ ।
ଡାର୍କ ଚକଲେଟ୍:
ଝିଅମାନେ ସର୍ବଦା ନିଜ ଶରୀରର ଓଜନକୁ ନେଇ ଚିନ୍ତିତ ଥାନ୍ତି । ସେଥିପାଇଁ ଆପଣ ଆପଣଙ୍କ ସାଥୀଙ୍କୁ ଡାର୍କ ଚକଲେଟି ଦେଇପାରିବେ । କାରଣ ଡାର୍କ ଚକଲେଟ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇନଥାଏ । ଏହାସହିତ ଏହି ଚକଲେଟ୍ ଚିନ୍ତାଗ୍ରସ୍ତକୁ ଦୂର କରିଥାଏ ।
ଫ୍ୟାଟ୍ ଫ୍ରି ଚକଲେଟ୍:
ଯଦି ଆପଣଙ୍କ ସାଥୀଙ୍କୁ ଡାର୍କ ଚକଲେଟ୍ ପସନ୍ଦ ନାହିଁ ତେବେ ଆପଣ ତାଙ୍କୁ ସୁଗାର ଫ୍ରି ଚକଲେଟ୍ ଦେଇପାରିବେ । ପ୍ରେମରେ ମିଠାପଣ ଭରିବାକୁ ହେଲେ ଏହି ଚକଲେଟ୍ ଦେଇ ଆପଣ ଚକଲେଟ୍ ଡେ ପାଳନ କରିପାରିବେ ।